ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପରୁ ଏୟାରପୋର୍ଟ ଛକ ଯାଏଁ ଘୋଷଣା ହେଲା ‘ନୋ ଓଭରଟେକିଂ’ଜୋନ୍: ଟ୍ରାଫିକ ଉଲ୍ଲଂଘନକାରୀଙ୍କୁ ଜଗିବ ‘ଡ୍ରୋନ୍ କ୍ୟାମେରା’

ଭୁବନେଶ୍ବର: ବେପରଓ୍ୱା ଗାଡି ଚଲାଉଥିଲେ ସାବଧାନ୍ ହୋଇଯାଆନ୍ତୁ । ଏଣିକି ଆପଣଙ୍କ ଗାଡି ଉପରେ ନଜର ରଖିବ ଡ୍ରୋନ୍ କ୍ୟାମେରା । ତେବେ ଟ୍ରାଫିକ ନିୟନ୍ତ୍ରଣ ପାଇଁ କମିଶନରେଟ ପୁଲିସ ଏକ ବଡ ପଦକ୍ଷେପ ଗ୍ରହଣ କରୁଛି  ।  ଭୁବନେଶ୍ୱରରେ ରବୀନ୍ଦ୍ର ମଣ୍ଡପରୁ ଏୟାରପୋର୍ଟ ଛକ ଯାଏଁ  ରାସ୍ତାକୁ  ‘ନୋ ଓଭରଟେକିଂ’ ଜୋନ ଭାବେ ଘୋଷଣା କରାଯାଇଛି । ଏଥିସହିତ ଏହି  ନିୟମ ଭାଙ୍ଗିଲେ ଖିଲାପକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନରେଟ ପୁଲିସ ପକ୍ଷରୁ କୁହାଯାଇଛି।

ରାଜଧାନୀ ରାଜରାସ୍ତାରେ ଦାୟିତ୍ୱହୀନ ଡ୍ରାଇଭରଙ୍କ ଉପରେ ନଜର ରଖିବ ଡ୍ରୋନ୍ କ୍ୟାମେରା । ରବୀନ୍ଦ୍ର ମଣ୍ଡପରୁ ଏୟାରପୋର୍ଟ ଯାଏଁ ରାସ୍ତାକୁ  ଭୁବନେଶ୍ୱରର ‘ଗୁରୁତ୍ବପୂର୍ଣ୍ଣ ଅଂଚଳ’ ବୋଲି କୁହାଯାଏ । ଏହି ଅଂଚଳରେ ଲୋକସବା ଭବନଠାରୁ ଆରମ୍ଭ କରି ବିଧାନସଭା ସୌଧ, ଏଜି ଅଫିସ୍, କ୍ୟାପିଟାଲ ହସପିଟାଲ ଓ ଅନ୍ୟାନ୍ୟ ପ୍ରମୁଖ ଅଫିସ ରହିଛି । ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ, ପ୍ରଶାସନିକ ଅଧିକାରୀ ଓ  ଜନସାଧାରଣ ବହୁ ସଂଖ୍ୟାରେ ଯାତାୟତ କରିଥାନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ରବୀନ୍ଦ୍ରମଣ୍ଡପରୁ ଏୟାରପୋର୍ଟ ଯାଏଁ ରାସ୍ତାକୁ ‘ନୋ ଓଭରଟେକିଂ’ ଜୋନ ଘୋଷଣା କରିଛି ।

ସମ୍ବନ୍ଧିତ ଖବର