ଡ୍ରୋନ୍‌ ନଜରରେ ହକି ବିଶ୍ୱକପ

ଭୁବନେଶ୍ୱର : ଡ୍ରୋନ୍‌ ନଜରରେ ହକି ବିଶ୍ୱକପ୍‌। ଆଉକିଛି ଦିନ ପରେ ରାଜଧାନୀରେ ହକି ବିଶ୍ୱକପ ଅନୁଷ୍ଠିତ ହେବ। ହକି ବିଶ୍ୱକପ୍‌ ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି ପାଇଁ କମିସନରେଟ୍‌ ପୁଲିସ ଡ୍ରୋନ୍‌ କ୍ୟାମେରା ଯୋଜନା କରୁଛି। ଏଥିପାଇଁ କଳିଙ୍ଗ ଷ୍ଟାଡିୟମ୍‌ ଭିତରଠାରୁ ବାହର ପର୍ଯ୍ୟନ୍ତ ସବୁଠି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ। ଖେଳ ସମୟରେ ଯେଭଳି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ ସେଥିପ୍ରତି ଗୁରୁତ୍ୱ ଦିଆଯଉଛି। ବିଶ୍ୱକପ ସମୟରେ ଦେଶ ତଥା ଦେଶ ବାହାରୁ ହଜାର ହଜାର ସଂଖ୍ୟକ ପର୍ଯ୍ୟଟକ ଓ ଖେଳାଳି ଯୋଗଦେବେ। ଏହି ସମୟରେ ସହର ଚଳଚଞ୍ଚଳ ରହିବ। ବିଭିନ୍ନ ସ୍ଥାନରେ ଟ୍ରାଫିକ୍‌ ଜାମ୍‌ ପରିସ୍ଥିତି ସୃଷ୍ଟି ହେବ। ତେଣୁ ସେମାନଙ୍କ ସୁରକ୍ଷା ନେଇ ପୁଲିସ ବିଭିନ୍ନ ପନ୍ଥା ଆପଣାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି କମିସନରେଟ୍‌ ପୁଲିସ ଆଉ ଏକ ବଳିଷ୍ଠ ପଦକ୍ଷେପ ନେଇଛି। ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ ଡ୍ରୋନ୍‌ କ୍ୟାମେରା କିଣିବା ପାଇଁ ଯୋଜନା କରିଛି। ତେବେ ଖେଳ ସମୟରେ କମିସନରେଟ୍‌ ପୁଲିସ ଏକ ଅତ୍ୟାଧୁନିକ କ୍ୟାମେରା ବ୍ୟବହାର କରିବ। ଏହାର ପ୍ରାରମ୍ଭିକ ମୂଲ୍ୟ ପାଖାପାଖି ୨୫ଲକ୍ଷ ଟଙ୍କା ରହିଛି। ଏହି କ୍ୟାମେରା ଷ୍ଟାଡିୟମ୍‌ ଭିତରଠାରୁ ଆରମ୍ଭ କରି ଷ୍ଟାଡିୟମ୍‌ ଆଖପାଖ ଅଞ୍ଚଳ, ଟ୍ରାଫିକ୍‌ ଆଦି ଉପରେ ତୀକ୍ଷ୍ଣ ନଜର ରଖିବ ବୋଲି ପୁଲିସ କମିସନର ସତ୍ୟଜିତ୍‌ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର