ଭୁବନେଶ୍ବର: ଏକାମ୍ର ନିର୍ବାଚନମଣ୍ଡଳୀର ୱାର୍ଡ ନଂ-୬୦ ଅନ୍ତର୍ଗତ କପିଳେଶ୍ୱର ଅଞ୍ଚଳରେ ଭୂମିହୀନ ବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ପ୍ରଦାନ ନିମନ୍ତେ ଡ୍ରୋନ ସର୍ଭେ କରାଯାଇଛି। ଭୁବନେଶ୍ୱର ମହାନଗର ନିଗମର ଏହି କାର୍ଯ୍ୟକ୍ରମକୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଶୁଭାରମ୍ଭ କରିଥିଲେ। ପରେ ୱାର୍ଡ ନଂ-୬୧ ଭୀମଟାଙ୍ଗୀ ସାଇ ମନ୍ଦିର ଠାରୁ ଏକାମ୍ର କଲେଜ ପର୍ଯ୍ୟନ୍ତ ପିଚୁ ରାସ୍ତା ପାଇଁ ଶିଳାନ୍ୟାସ କରିଥିଲେ।

Advertisment

ଅନ୍ୟମାନଙ୍କ ମଧ୍ୟରେ ଡେପୁଟି ମେୟର ମଞ୍ଜୁଲତା କହଁର, କର୍ପୋରେଟର ଚନ୍ଦ୍ରଶେଖର ମଲିଆ, ଶିବ ନାରାୟଣ ରାୟ, ଶିବପ୍ରସାଦ ବେହେରା, ଜୋନାଲ ଡେପୁଟି କମିସନର ପ୍ରିୟବ୍ରତ ପାଢ଼ୀ, ପୂର୍ବତନ କର୍ପୋରେଟର ଛବୀନ୍ଦ୍ର ଜେନା, ପ୍ରଭାସ ସୁନ୍ଦରାୟ, ପ୍ରଶାନ୍ତ ମହାପାତ୍ର, ଜିତେନ୍ଦ୍ର ମଲିଆ, ରଞ୍ଜନ ମଲିଆ, ବିଜୟ ମଲିଆ, ଶକ୍ତିଶେଖର ମଲିଆ, ସସ୍ମିତା ଭୋଇ, ଜଗନ୍ନାଥ ପଟ୍ଟନାୟକ, ମାନସ ପଟ୍ଟନାୟକ ଏବଂ ମହିଳା ଗୋଷ୍ଠୀର ସଦସ୍ୟା ବୃନ୍ଦ ଉପସ୍ଥିତ ଥିଲେ।