ନିଶା ବ୍ୟବସାୟୀ ଗିରଫ, ୧୦ଗ୍ରାମ ବ୍ରାଉନସୁଗାର ଓ ୫୦ ହଜାର ଟଙ୍କା ଜବତ

ଭୁବନେଶ୍ବର : ମଞ୍ଚେଶ୍ବର ଥାନା ପୁଲିସ ଜଣେ ବ୍ରାଉନ୍‌ସୁଗାର ବ୍ୟବସାୟୀକୁ ଗିରଫ କରିଛି। ସେ ହେଲା ଚକେଇସିଆଣି ଅଞ୍ଚଳର ପ୍ରଦୀପ୍ତ ନାୟକ ଓରଫ ବାବୁ(୨୮)। ପୁଲିସ ତାଠାରୁ ୧୦ ଗ୍ରାମ ବ୍ରାଉନ୍‌ସୁଗାର ଓ ୫୦ ହଜାର ଟଙ୍କା ଜବତ କରିଛି। ମଙ୍ଗଳବାର ରାତିରେ ବାବୁ ଚକେଇସିଆଣି ଅଞ୍ଚଳରେ ଜଣେ ଗ୍ରାହକଙ୍କୁ ବ୍ରାଉନ୍‌ସୁଗାର ଦେବାପାଇଁ ଅପେକ୍ଷା କରିଥିବା ବେଳେ ଖବରପାଇ ମଞ୍ଚେଶ୍ବର ଥାନା ପୁଲିସ ଚଢ଼ଉ କରିଥିଲା। ପୁଲିସ ତାକୁ କାବୁ କରିବା ସହ ବ୍ରାଉନସୁଗାର ଓ ଟଙ୍କା ଜବତ କରିଥିଲା। ତାକୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର