ଭୁବନେଶ୍ବର: ରାଜଧାନୀ ଓ ଆଖପାଖ ଅଞ୍ଚଳରେ ବ୍ରାଉନ୍ସୁଗାର ଯୋଗାଉଥିବା କୁଖ୍ୟାତ ନିଶା ମାଫିଆ ଗ୍ୟାଙ୍ଗ୍ଙ୍କୁ କମିସନରେଟ୍ ପୁଲିସ ଠାବ କରିଛି। ଗ୍ୟାଙ୍ଗ୍ର ୫ଜଣଙ୍କୁ ମୈତ୍ରୀବିହାର ଥାନା ପୁଲିସ ଗିରଫ କରିଛି। ସେମାନେ ହେଲେ ବମିଖାଲ ଅଞ୍ଚଳର ସମ୍ପଦ କୁମାର ଦାସ(୪୩), ଜଟଣୀ ବିଶିଆପଡ଼ା ଅଞ୍ଚଳର ଶିବାନନ୍ଦ ମହାପାତ୍ର(୩୦), ନୂଆପଲ୍ଲୀ ଡେଲ୍ଟା ଜାଲିସାହିର ମଲ୍ଲିକ ସହିଦ ଅଲ୍ଲୀ(୬୧), ପାତ୍ରପଡ଼ା ଭଗବାନପୁର ଅଞ୍ଚଳର ସଦାଶିବ ଜଗଦ୍ଦେବ(୩୨) ଓ ସାଲିଆସାହି ଶ୍ରୀରାମନଗରର ରାଜେନ୍ଦ୍ର ମହାପାତ୍ର(୨୫)। ପୁଲିସ ସେମାନଙ୍କ ନିକଟରୁ ୨୫୪ ଗ୍ରାମ ବ୍ରାଉନ୍ସୁଗାର, ୩ଟି ବାଇକ୍ ଓ ୩୫୦୦ ଟଙ୍କା ଜବତ କରିଛି। ଜବତ ବ୍ରାଉନ୍ସୁଗାରର ବଜାର ମୂଲ୍ୟ ୨୫ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି। ପୁଲିସ ସେବା ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସୁରେଶ ଦେବଦତ୍ତ ସିଂ, ଅତିରିକ୍ତ ପୁଲିସ କମିସନର ନରସିଂହ ଭୋଳ ଓ ଡିସିପି ଜଗମୋହନ ମୀନା ରୢାକେଟ୍ର ଗୁମର ଖୋଲିଛନ୍ତି।
ସୂଚନା ମୁତାବକ, ଦୀର୍ଘ ଦିନ ହେବ ଏହି ଗ୍ୟାଙ୍ଗ୍ ବାଲେଶ୍ବର, ଜଳେଶ୍ବର ଓ ପଶ୍ଚିମବଙ୍ଗରୁ ବ୍ରାଉନସୁଗାର ଆଣି ରାଜଧାନୀ, କଟକ, ପୁରୀ, ଖୋର୍ଦ୍ଧାରେ ଥିବା ଖୁଚୁରା ବ୍ୟବସାୟୀଙ୍କ ସହ କିଛି ଏଜେଣ୍ଟ ଓ ଗ୍ରାହକଙ୍କୁ ଯୋଗାଉଥିଲା। ବିଭିନ୍ନ ସମୟରେ ପୁଲିସ ଚଢ଼ଉ କରିଥିଲେ ବି ସେମାନେ ଚକ୍ମା ଦେଇ ଖସିଯିବାରେ ସକ୍ଷମ ହେଉଥିଲେ। ପୁଲିସ ସେମାନଙ୍କ ଗତିବିଧି ଉପରେ ନଜର ରଖିଥିବା ବେଳେ ସେମାନେ କିଛି ବ୍ୟବସାୟୀଙ୍କୁ ବ୍ରାଉନ୍ସୁଗାର ଦେବା ପାଇଁ ଡିଲ୍ କରିଥିବା ପୁଲିସ ହାତରେ ଖବର ଲାଗିଥିଲା। ମଙ୍ଗଳବାର ରାତିରେ ହାତୀଆଶୁଣୀ ବସ୍ତିରେ ଗ୍ୟାଙ୍ଗ୍ର ୫ଜଣ ୩ଟି ବାଇକ୍ରେ ଆସି ବ୍ୟବସାୟୀଙ୍କୁ ଅପେକ୍ଷା କରିଥିବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ମୈତ୍ରୀବିହାର ଥାନାର ଦୁଇଟି ଟିମ୍ ସେଠାରେ ଅତର୍କିତ ଚଢ଼ଉ କରିଥିଲା। ପୁଲିସକୁ ଦେଖି ନିଶା ମାଫିଆ ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲେ ବି ପୁଲିସ ପଞ୍ଝାରୁ ଖସିପାରିନଥିଲେ। ସେମାନଙ୍କୁ କାବୁ କରି ଯାଞ୍ଚ ବେଳେ ବ୍ରାଉନ୍ସୁଗାର ଓ ଟଙ୍କା ଜବତ କରାଯାଇଥିଲା।
ପୁଲିସ ପଞ୍ଝାରେ ନିଶା ମାଫିଆ ଗ୍ୟାଙ୍ଗ
ରାଜଧାନୀ ଓ ଆଖପାଖ ଅଞ୍ଚଳରେ ବ୍ରାଉନ୍ସୁଗାର ଯୋଗାଉଥିବା କୁଖ୍ୟାତ ନିଶା ମାଫିଆ ଗ୍ୟାଙ୍ଗ୍ଙ୍କୁ କମିସନରେଟ୍ ପୁଲିସ ଠାବ କରିଛି। ଗ୍ୟାଙ୍ଗ୍ର ୫ଜଣଙ୍କୁ ମୈତ୍ରୀବିହାର ଥାନା ପୁଲିସ ଗିରଫ କରିଛି। ସେମାନେ ହେଲେ...
/sambad/media/media_files/2025/07/10/poiuytre-2025-07-10-06-48-08.jpg)