ଚନ୍ଦ୍ରଶେଖରପୁର : ଚନ୍ଦ୍ରଶେଖରପୁର ଥାନା ପୁଲିସ ନୀଳାଦ୍ରିବିହାର ଅଞ୍ଚଳର ଏକ ବସ୍ତିରୁ ୩ଜଣ ବ୍ରାଉନ୍ସୁଗାର ବେପାରୀ ଓ ୧୨ ଜଣ ନିଶାଡ଼ିଙ୍କୁ ଉଠାଇ ନେଇଛି। ସେମାନଙ୍କଠାରୁ ପାଖାପାଖି ୨୦ଟି ଗଞ୍ଜେଇ ଓ ବ୍ରାଉନ୍ ସୁଗାର ପୁଡ଼ିଆ ଜବତ ହୋଇଛି। ଉକ୍ତ ଅଞ୍ଚଳରେ ବ୍ରାଉନ୍ସୁଗାର ବ୍ୟବସାୟର ମାଷ୍ଟରମାଇଣ୍ଡ କୁହାଯାଉଥିବା ୩ଜଣ ଯୁବକ ଗୌତମ, ଦୀପକ ଓ ମନୋଜ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ବିଭିନ୍ନ ଇଂଜିନିୟରିଂ କଲେଜ ଛାତ୍ରଛାତ୍ରୀଙ୍କୁ ନିଶା ପୁଡ଼ିଆ ଯୋଗାଉଥିଲେ। ଆଜି ମଧ୍ୟାହ୍ନରେ ସେମାନେ ପୁଡ଼ିଆ ଦେଉଥିବା ବେଳେ ପୁଲିସ ପଞ୍ଝାରେ ଫସି ଯାଇଥିଲେ। ପୁଲିସ ସାଦା ପୋଷାକରେ ସେମାନଙ୍କୁ ମଧ୍ୟାହ୍ନରୁ ଅପରାହ୍ଣ ପର୍ଯ୍ୟନ୍ତ ବସ୍ତିରେ ନଜରବନ୍ଦୀ କରି ଅପେକ୍ଷା କରିଥିବା ବେଳେ କିଛି ଗ୍ରାହକ ନିଶାଦ୍ରବ୍ୟ କିଣିବାକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ୧୨ଜଣଙ୍କୁ ପୁଲିସ କାବୁ କରି ନେଇଥିଲା। ପୁଲିସ ସୂଚନା ଅନୁଯାୟୀ ନିଶା ୩ ନିଶା ବେପାରୀଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି। ଥାନାରେ ଅଟକ ୧୨ ଗ୍ରାହକଙ୍କ ମଧ୍ୟରୁ ୩ ଜଣ ଇଂଜିନିୟରିଂ କଲେଜରେ ପଢ଼ୁଥିବା ଜଣାପଡ଼ିଛି।
୩ ବ୍ରାଉନ୍ଗାର ବେପାରୀ, ୧୨ ଗ୍ରାହକଙ୍କୁ ଉଠାଇନେଲା ପୁଲିସ୍
/sambad/media/post_attachments/wp-content/uploads/2019/07/are-aa.jpg)