ମଦ୍ୟପ କାର ଚାଳକଙ୍କୁ ଧରି‌ଲେ ପୁଲିସ କମିସନର

ଭୁବନେଶ୍ବର : ଆଜି ସଂଧ୍ୟାରେ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଜଣେ ମଦ୍ୟପ କାର ଚାଳକଙ୍କୁ ଗିରଫ କରି ମଞ୍ଚେଶ୍ବର ଥାନା ପୁଲିସ ଜିମା ଦେଇଛନ୍ତି। ଚାଳକ ଜଣକ ପ୍ରଚୁର ପରିମାଣର ମଦ୍ୟପାନ କରି ରସୁଲଗଡ଼ ପଟୁ ହଂସପାଳ ଆଡେ ଯାଉଥିଲେ। ଏହି ସମୟରେ ପୁଲିସ କମିସନର ଶ୍ରୀ ଷଡ଼ଙ୍ଗୀ ଭୁବନେଶ୍ବରରୁ କଟକ ଯାଉଥିଲେ। ସେ ଦେଖିବାକୁ ପାଇଥିଲେ କି, କାର ଚାଳକ ଜଣକ କୁଆଖାଇ ବ୍ରିଜ ଉପରେ ଭାରସାମ୍ୟ ହରାଇ ଏକ ଟ୍ରକକୁ ଧକ୍‌କା ଦେବାକୁ ବସିଥିଲା। ପୁଲିସ କମିସନରଙ୍କ ଗାଡି ସେହି କାର ଚାଳକଙ୍କ ଗାଡିର ଆଗକୁ ଯାଇ ଅଟକିବା ସହିତ ଚାଳକଙ୍କୁ ପଚରା ଉଚରା କରିଥିଲେ ପୁଲିସ କମିସନର। ପଚରାଉଚରାରୁ ଜଣାପଡ଼ିଥିଲା କାର ଚାଳକ ଏକ ପାର୍ଟିରୁ ଫେରୁଥିଲେ। ସେ ପ୍ରଚୁର ପରିମାଣର ମଦ୍ୟପାନ କରିଥିଲେ। ପୁଲିସ କମିସନର ତୁରନ୍ତ ତାଙ୍କୁ ମଞ୍ଚେଶ୍ବର ଥାନା ପୁଲିସ ଜିମା ଦେଇଛନ୍ତି। ପୁଲିସଠାରୁ ଯାହା ସୂଚନା ମିଳିଛି, କାର ଚାଳକଙ୍କ ନାଁ ହେଉଛି କିଙ୍ଗସୁକ୍ ସରକାର। ଘର ବାଲିଅନ୍ତା ଥାନା ଅଧୀନ ଅଟଳାରେ।

ସମ୍ବନ୍ଧିତ ଖବର