ବିଏମ୍‌ସିର ଡ୍ରାଏ ଡେ’

ଭୁବନେଶ୍ବର: ଡେଙ୍ଗୁ ରୋକିବା ଉଦ୍ଦେଶ୍ୟରେ ବିଏମ୍‌ସି ଆରମ୍ଭ କରିଥିବା ମିସନ୍‌ରେ ଆଜି ଥିଲା ଦ୍ବିତୀୟ ଡ୍ରାଏ ଡେ’। ଆଜି ପ୍ରତ୍ୟେକ ୱାର୍ଡକୁ ବ୍ୟାନର, ଲିଫଲେଟ୍, ପ୍ଲାକାର୍ଡ ଯୋଗାଇ ଦିଆଯାଇଛି। ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀ, ସ୍ବଚ୍ଛସାଥୀ, କମ୍ୟୁନିଟି ମୋବିଲାଇଜର୍ସ, ସାନିଟାରି ଇନ୍ସପେକ୍ଟର, ସ୍ବୟଂ ସହାୟକ ଗୋଷ୍ଠୀ, କର୍ପୋରେଟର, ଡେପୁଟି ମେୟର, ଆଣ୍ଟିଲାର୍ଭା କର୍ମୀ ବିଭିନ୍ନ ଜାଗାରେ ବୁଲି ସଚେତନ କରିଥିଲେ।

ମଶାଙ୍କ ଉତ୍ସ ନଷ୍ଟ, ଘରକୁ ଘର ବୁଲି ଡ୍ରାଏ ଡେ’ ଉଦ୍ଦେଶ୍ୟରେ ସଚେତନ କରିବା ପ୍ରଭୃତି କାମ କରିଥିଲେ। ଉଲ୍ଲେଖଯୋଗ୍ୟ, ପ୍ରତି ଗୁରୁବାର ଓ ରବିବାର ବିଏମ୍‌ସି ଡ୍ରାଏ ଡେ’ ପାଳନ କରୁଛି।

ସମ୍ବନ୍ଧିତ ଖବର