ଡିଏସ୍‌ବିଏମ୍‌ରେ ମ୍ୟାନେଜ୍‌ମେଣ୍ଟ ଦିବସ ପାଳିତ

ଭୁବନେଶ୍ୱର: ବିବିଏ ଓ ବି. କମ୍‌ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ମ୍ୟାନେଜ୍‌ମେଣ୍ଟ ଦକ୍ଷତା ବିକଶିତ ନିମନ୍ତେ ୟୁନିଟ୍‌-୮ସ୍ଥିତ ଡିଏଭି ସ୍କୁଲ ଅଫ୍‌ ବିଜିନେସ୍‌ ମ୍ୟାନେଜମେଣ୍ଟ (ଡିଏସ୍‌ବିଏମ୍‌) ପକ୍ଷରୁ ମ୍ୟାନେଜ୍‌ମେଣ୍ଟ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଶିକ୍ଷକ ଅମିତ୍‌ କୁମାର ତ୍ରିପାଠୀ ଛାତ୍ରଛାତ୍ରୀମାନଙ୍କୁ ତାଙ୍କର ଅଭିଜ୍ଞତା ପୂର୍ଣ୍ଣ ବକ୍ତବ୍ୟ ଏବଂ ମ୍ୟାନେଜ୍‌ମେଣ୍ଟର ବିଭିନ୍ନ ଦିଗ ଉପରେ ଦିଗ୍‌ଦର୍ଶନ ଦେଇଥିଲେ। ଆଜିର ଆଧୁନିକ ଯୁଗ ଅତ୍ୟଧିକ ପ୍ରତିଦ୍ୱନ୍ଦ୍ୱିତାମୂଳକ ଏବଂ ପ୍ରତ୍ୟେକ ବ୍ୟକ୍ତି ସାଂପ୍ରତିକ ବଜାରକୁ ଖାପଖାଇବା ଭଳି ନିଜର ଦକ୍ଷତା ବିକଶିତ କରିବା ନିତାନ୍ତ ଆବଶ୍ୟକ ବୋଲି ସେ ମତ ଦେଇଥିଲେ। ଜଣେ ନିଜକୁ ଭଲ ମ୍ୟାନେଜର୍‌ ଭାବେ ବିବେଚିତ କରିବା ଅପେକ୍ଷା ପ୍ରଥମେ ନିଜକୁ ଜଣେ ଆଦର୍ଶ ମାନବ ଭାବେ ଗଢ଼ି ତୋଳିବାକୁ ସେ ତାଙ୍କର ବକ୍ତବ୍ୟରେ ଅଧିକ ପ୍ରାଧାନ୍ୟ ଦେଇଥିଲେ । କାର୍ଯ୍ୟକ୍ରମକୁ ଡିଏସ୍‌ବିଏମ୍‌ର ଅଧ୍ୟାପକ ସୁଧାଂଶୁ ଶେଖର ସାହୁ ସଂଯୋଜନା କରଥିବା ବେଳେ ଅଧ୍ୟାପିକା ନେହା ଯୋଶୀ ସହଯୋଗ କରିଥିଲେ। ଶେଷରେ କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜିକା ଅଧ୍ୟାପିକା ଅଞ୍ଜଳି ପଣ୍ଡା ତାଙ୍କର କୃତଜ୍ଞତା ସୂଚକ ମନ୍ତବ୍ୟ ରଖି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଧନ୍ୟବାଦ ଜଣାଇବା ସହିତ ଉପଦେଶ ମୂଳକ ଭାଷଣ ଓ ଉପସ୍ଥାପନା ନିମନ୍ତେ ପ୍ରଶିକ୍ଷକ ତ୍ରିପାଠୀଙ୍କୁ ସମ୍ବର୍ଧିତ କରିଥିଲେ ।

ସମ୍ବନ୍ଧିତ ଖବର