ଭୁବନେଶ୍ବର: ନଳା ଓ ରାସ୍ତାରେ ବର୍ଜ୍ୟବସ୍ତୁ ପକାଇବା ବ୍ୟାଙ୍କ ଓ ଔଷଧ ଦୋକାନୀଙ୍କୁ ମହଙ୍ଗା ପଡ଼ିଛି। ବ୍ୟାଙ୍କ ଓ ଔଷଧ ଦୋକାନୀ ଜରିମାନା ଦେଇଥିବା ଜଣାଯାଇଛି। ଭୁବନେଶ୍ବର ଝାରପଡ଼ାସ୍ଥିତ ବ୍ୟାଙ୍କ ଅଫ ବରୋଦାରୁ ୧୦ ହଜାର ଟଙ୍କା ଜରିମାନା ଆଦାୟ କରିଛି ବିଏମସି। ବ୍ୟାଙ୍କର ଅଦରକାରୀ କାଗଜପତ୍ରକୁ ପାଖ ନାଳରେ ଫିଙ୍ଗୁଥିବାରୁ ଏହି ଜରିମାନା ଆଦାୟ କରିଛି ବିଏମସି।
A penalty of Rs. 10,000/ each has been collected by BMC from Bank of Baroda & Omm Medicine Store Ward no 32 for poor sanitation(dumping waste on road & drain).#BhubaneswarFirst pic.twitter.com/qAIgmog7Zb
— BMC (@bmcbbsr) February 24, 2023
ବ୍ୟାଙ୍କ ପାଖରେ ଥିବା ଏକ ଔଷଧ ଦୋକାନୀ ବି ୧୦ ହଜାର ଟଙ୍କା ଜରିମାନା ଦେଇଛନ୍ତି। ଔଷଧ ଖୋଳ ଓ ଏକ୍ସପାଏରି ଔଷଧକୁ ନାଳରେ ଫୋପାଡୁଥିବାରୁ ବିଏମସି ଜରିମାନା ଆଦାୟ କରିଛି।
A penalty of Rs. 5,000/- has been collected by BMC from Prism Johnson tiles, Gautam Nagar for poor sanitation(dumping C&D waste on the road).#BhubaneswarFirst pic.twitter.com/YEICVNfmeF
— BMC (@bmcbbsr) February 24, 2023
କେବଳ ଏତିକି ନୁହେଁ, ସମାନ କରଣରୁ ଭୁବନେଶ୍ବରର ଗୌତମ ନଗରରେ ଥିବା ଏକ ଟାଇଲ ଓ ମାର୍ବଲ ଦୋକାନୀଙ୍କୁ ବି ୫ ହଜାର ଟଙ୍କାର ଜରିମାନା ଦେବାକୁ ପଡ଼ିଛି।