ଭୁବନେଶ୍ବର: କିଛି ଦିନ ତଳେ ନୟାଗଡ଼ ସହରରୁ ଏକ ରାକେଟ୍ ଠାବ ହୋଇଥିବା ବେଳେ ଏବେ ରାଜଧାନୀରେ ଜାଲ ନୋଟ୍ ବୁଲୁଥିବା ଜଣାପଡ଼ିଛି। ଅପୂର୍ବ ରଞ୍ଜନ ପଣ୍ଡା ନାମକ ଜଣେ ଯୁବକ ଜାଲି ନୋଟ୍ କଥା ଜାଣିବା ପରେ ଏହାକୁ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି।
ତାଙ୍କ କହିବା ଅନୁସାରେ, ଶହେ ଟଙ୍କିଆ ନୋଟ୍ ତାଙ୍କ ହାତକୁ କାଗଜ ଭଳି ପତଳା ଲାଗିଥିଲା। ସନ୍ଦେହ ହେବାରୁ ନିରୀକ୍ଷଣ କରିବାରୁ ଏହା ଏକ ଜାଲ ନୋଟ୍ ବୋଲି ସେ ଜାଣିବାକୁ ପାଇଥିଲେ। ରାଜଧାନୀରେ ଜାଲ ନୋଟ୍ କାରବାର ଚାଲିଥିବା ଏଥିରୁ ସ୍ପଷ୍ଟ ହୋଇଯାଇଛି। ଅପରପକ୍ଷରେ ଏଭଳି କିଛି ଘଟଣା ତାଙ୍କ ନଜରକୁ ଆସି ନାହିଁ ବୋଲି କହିଛନ୍ତି ଡିସିପି ଉମାଶଙ୍କର ଦାଶ।
ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨୦ ତାରିଖରେ ନୟାଗଡ଼ ସହରରୁ ଏକ ଜାଲନୋଟ୍ ରାକେଟର ପର୍ଦ୍ଦାଫାସ୍ ହୋଇଥିଲା। କମ୍ପ୍ୟୁଟର, କଲର ପ୍ରିଣ୍ଟର ସହ ପ୍ରାୟ ୩ ଲକ୍ଷ ଟଙ୍କାର ଜାଲ ନୋଟ୍ ମିଳିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/fake-notes-1.jpg)