ଭୁବନେଶ୍ୱର: ମାସିକ ସମ୍ବାଦ ଭିତ୍ତିକ ପତ୍ରିକା ‘ଦୂରଦର୍ଶୀ’ର ଦଶମ ସ୍ୱନକ୍ଷତ୍ର ଉତ୍ସବ ଆଜି ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ପତ୍ରିକାର ସମ୍ପାଦକ ଦୁର୍ଗା ସାମନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା, ସମ୍ମାନିତ ଅତିଥି ଭାବେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ସଞ୍ଜୟ ଦାସବର୍ମା, ଆଡଭୋକେଟ ଜେନେରାଲ ସୂର୍ଯ୍ୟ ପ୍ରସାଦ ମିଶ୍ର, ଓଡ଼ିଆ ଭାଷା ଓ ସାହିତ୍ୟ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ବିଜୟ ନାୟକ ଓ ବରିଷ୍ଠ ସାମ୍ବାଦିକ କିଶୋର ଚନ୍ଦ୍ର ଦ୍ୱିବେଦୀ ପ୍ରମୁଖ ଯୋଗ ଦେଇ ସାହିତ୍ୟ ଓ ସମ୍ବାଦ ଭିତରେ ଥିବା ପାର୍ଥକ୍ୟ ଉପରେ ଆଲେଚନା କରିଥିଲେ। ଏହି ଅବସରରେ ‘ଦୂରଦର୍ଶୀ’ର ସ୍ୱନକ୍ଷତ୍ର ବିଶେଷାଙ୍କୁ ଅତିଥିମାନେ ଉନ୍ମୋଚିତ କରିଥିଲେ। ରାଜ୍ୟ ତଥା ଦେଶରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୧୩ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ‘ଦୂରଦର୍ଶୀ ସମ୍ମାନ-୨୦୧୮’ ପ୍ରଦାନ କରାଯାଇଥିଲା। ସେମାନେ ହେଲେ ଭଗବାନ ପ୍ରକାଶ, ମହେନ୍ଦ୍ର କୁମାର ଗୁପ୍ତା, ଯୁଗଳ କିଶୋର ସାହୁ, କିଶୋର ଚନ୍ଦ୍ର ଦ୍ୱିବେଦୀ, ସୁରେନ୍ଦ୍ର ଦାସ, ହଳଧର ମହାନନ୍ଦ, ବିପିନ ବିହାରୀ ନାୟକ, କ୍ଷୀରୋଦ ଜେନା, ଅରିନ୍ଦମ ରାୟ, ଶଙ୍କର୍ଷଣ ପରିଡା, ଚକ୍ରଧର ହେମ୍ବ୍ରମ, ରାକେଶ ବିଶ୍ୱାଳ ଓ ଅର୍ପିତା ବିଶ୍ୱାଳ। ପତ୍ରିକାର ବ୍ୟୁରୋ ମୁଖ୍ୟ ପ୍ରସନ୍ନ ବିଶୋୟୀ ଧନ୍ୟବାଦ ଦେଇଥିଲେ। ସଭା ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
୧୩ ଜଣଙ୍କୁ ମିଳିଲା ଦୂରଦର୍ଶୀ ସମ୍ମାନ-୨୦୧୮
‘ଦୂରଦର୍ଶୀ’ର ଦଶମ ସ୍ୱନକ୍ଷତ୍ର ଉତ୍ସବ
/sambad/media/post_attachments/wp-content/uploads/2018/06/m23-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)