ଭୁବନେଶ୍ବର: ଶାରଦୀୟ ନବରାତ୍ରୀ ପାଇଁ ଗାଁଠୁ ସହର ପର୍ଯ୍ୟନ୍ତ ଚାରିଆଡ଼େ ଉତ୍ସବର ବାତାବରଣ ଦେଖାଯାଇଛି। ଧରାପୃଷ୍ଠକୁ ମାଙ୍କ ବିରାଜ ପାଇଁ ଶକ୍ତିପୀଠଗୁଡ଼ିକ ଚଳଚଞ୍ଚଳ ହୋଇଉଠିଛି। ଦେବୀପୀଠଗୁଡ଼ିକରେ ଶ୍ରଦ୍ଧାଳୁମାନଙ୍କର ଭିଡ଼ ରହୁଛି। ଆଜି ଦେବୀପୀଠ ଓ ମନ୍ଦିରରେ ମା’ଙ୍କର ସପ୍ତମୀ ପୂଜା ଅନୁଷ୍ଠିତ ହୋଇଯାଇ ଥିବା ବେଳେ ମଣ୍ଡପରେ ମାଙ୍କ ଷଷ୍ଠୀ ପୂଜା ରାତିରେ ଅନୁଷ୍ଠିତ ହେବ। ମାଆଙ୍କ ଦଶହାର ପୂଜା ପାଇଁ ପ୍ରସ୍ତୁତି ଜାରି ରହିଛି।
ମାଆ ଦୁର୍ଗା ଆସନ୍ତାକାଲି ଠାରୁ ମଣ୍ଡପରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ। ତେବେ ମଣ୍ଡପରେ ମା’ଙ୍କ ଦର୍ଶନ ଆଜି ହୋଇପାରୁ ନଥିଲେ ମଧ୍ୟ ଲୋକଙ୍କର ଗହଳି ଦେଖିବାକୁ ମିଳିଛି। ରାଜଧାନୀ ଭୁବନେଶ୍ବରରେ ପାଗ ଭଲ ଥିବାରୁ ଆଜି ଅପରାହ୍ଣ ଠାରୁ ମଣ୍ଡପଗୁଡ଼ିକ ସାମ୍ନାରେ ଲୋକଙ୍କ ସୁଅ ଛୁଟୁଛି। ମା’ଙ୍କ ଦର୍ଶନ ବ୍ୟବସ୍ଥା ନଥିଲେ ବି ଲୋକେ ମଣ୍ଡପ ସାମ୍ନାରେ ଲାଗିଥିବା ଅସ୍ଥାୟୀ ଷ୍ଟଲ ଓ ଖୋଲା ଦୋକାନରୁ ଜିନିଷପତ୍ର କିଣିବା ଆରମ୍ଭ କରିଦେଇଛନ୍ତି। ମଣ୍ଡପ ସାମ୍ନାରେ ବୁଲା ବେପାରୀମାନେ ମାଧ୍ୟ ଆସର ଜମାଇଛନ୍ତି। ଲୋକଙ୍କର ଭିଡ଼ ବଢୁଥିବାରୁ ଓ ପାଗ ଭଲ ଥିବାରୁ ସେମାନେ ଭଲ ବେପାର ମଧ୍ୟ କରିଛନ୍ତି।
/filters:format(webp)/sambad/media/media_files/2025/09/28/bbsr-2025-09-28-18-58-39.jpg)
ଭୁବନେଶ୍ବରର ଦୁର୍ଗାପୂଜା ମଣ୍ଡପରେ ଭିଡ଼ ଲାଗିବାର ଅନ୍ୟ ଏକ କାରଣ ହେଲା ଏଠାରେ ନୂଆ ନୂଆ ଢାଞ୍ଚାରେ ନିର୍ମିତ ତୋରଣ। ବିଭିନ୍ନ ପୂଜା ଅନୁଷ୍ଠାନ ତରଫରୁ ଲୋକଙ୍କୁ ଆକର୍ଷିତ କଲା ଭଳି ଚଳିତ ବର୍ଷ ସୁଉଚ୍ଚ ତୋରଣ ନିର୍ମାଣ କରିଛନ୍ତି। ଝାଉଁ ଫଳ, କଦଳୀ ପଟୁଆ, ଅର୍ଜୁନ ଫଳ, ବେତ କୋଳି ମଞ୍ଜି, କଠଗୁଣ୍ଡ, କାଉଁରୀ କାଠି, ଆମ୍ବଟାରେ ସୂକ୍ଷ୍ମ କାରୁ କାର୍ଯ୍ୟ ହୋଇଛି।
କେଉଁଠି ଦେଖିବେ କେଉଁ ତୋରଣ
-ବମିଖାଲ: ମୟୂର ରାଜପ୍ରାସାଦ
-ବରମୁଣ୍ଡା: କାଳ୍ପନିକ ବିଷୟ ଉପରେ
-କଳିଙ୍ଗ ଦୁର୍ଗାପୂଜା: କାଇନାଇଟିକ ୱଲ୍ କୋନ୍
-ଭୌମ୍ୟନଗର: ରାଜମହଲ
-ଚକେଇସିଆଣୀ: ରାଜସ୍ଥାନର ରାଜବାଟୀ
-ଡମାଣା: ମୟାପୁରୀ ଇସ୍କନ ମନ୍ଦିର
-ଗଙ୍ଗନଗର: ସୋମନାଥ ମନ୍ଦିର
-ଘାଟିକିଆ ମା ଭୁଆସୁଣୀ: ଅଯୋଧ୍ୟା ରାମମନ୍ଦିର
-ଝାରପଡ଼ା: ବୌଦ୍ଧଗଡ଼ ଦୁର୍ଗ
-କଳିଙ୍ଗ ବିହାର: ନରୱେ କିଙ୍ଗ୍ କ୍ୟାସଲ
-କୋରଡ଼କଣ୍ଟା: ରାଜସ୍ଥାନର ଅମରେଶ୍ବର ମନ୍ଦିର
-ନୂଆଁପଲ୍ଲୀ: କୁଚିପୁଡ଼ି ନୃତ୍ୟ
-ପଳାଶୁଣୀ: ମିଆଁମାର ଗୋଲଡେନ୍ ପ୍ୟାଲେସ
-ରସୁଲଗଡ଼: ଉତ୍ତରାଖଣ୍ଡ ଗୁମ୍ଫା
-କାଳ୍ପନିକ ଉପରେ ଆଧାରିତ ତୋରଣ
-ସତ୍ୟନଗର: ସୂର୍ଯ୍ୟରଥ ତୋରଣ
-ସୀତା ଉଦ୍ଧାରଣ ପ୍ରସଙ୍ଗ ଉପରେ ତୋରଣ
-ୟୁନିଟ-୧: ଗଙ୍ଗା ଉଦ୍ଧାର ତୋରଣ
-ୟୁନିଟ-୯: ଫଳରେ ପ୍ରସ୍ତୁତ ତୋରଣ
-ଭିଏସ୍ଏସ୍ ନଗର: ନନ୍ଦିଘୋଷ
/filters:format(webp)/sambad/media/media_files/2025/09/28/bbsr1-2025-09-28-18-59-39.jpg)
ଶାରଦୀୟ ଦୁର୍ଗାପୂଜା ପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପୂର୍ବରୁ ନିର୍ଦେଶାବଳୀ ଜାରି କରିଛି । ପୂଜାକୁ ନିରାପଦ, ସୁରକ୍ଷିତ ଓ ପରିବେଶ ଅନୁକୂଳ କରିବା ପାଇଁ ପୂଜାମଣ୍ଡପକୁ ପ୍ଲାଷ୍ଟିକ୍ମୁକ୍ତ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି। ମୂର୍ତ୍ତିଠାରୁ ଆରମ୍ଭ କରି ସାଜସଜ୍ଜା, ପ୍ରସାଦ ସେବନ ବେଳେ ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ କୁହାଯାଇଛି। ଭୁବନେଶ୍ୱର ମହନଗରରେ ଚଳିତ ବର୍ଷ ୧୭୨ ପୂଜା ମଣ୍ଡମରେ ମା ଦୁର୍ଗାଙ୍କ ମୃଣ୍ମୟ ମୂର୍ତ୍ତି ପୂଜା ପାଉଛି। ଏଣୁ ସବୁ ପୂଜାମଣ୍ଡପକୁ ଜାରି ନିର୍ଦେଶନାମାରେ ବିଏମସି କହିଛି, ପ୍ରସାଦ ଆଦି ସେବନ ପାଇଁ ଜୈବ ବିଘଟନ ଯୋଗ୍ୟ ଠୁଙ୍ଗା, ଖଲି ଇତ୍ୟାଦି ବ୍ୟବହାର କରିବେ। କଦଳୀପତ୍ର, ଶାଳପତ୍ର, କାଗଜପ୍ଲେଟ୍, କପ୍, ମାଟି ପାତ୍ର ଇଦ୍ୟାଦି ବ୍ୟବହାର କରିବେ। ପରିବେଶ ପ୍ରଦୂଷିତ ହେଲାଭଳି କୌଣସି ପ୍ରକାରେ ଥର୍ମକୁଲ୍, ଏକକ ବ୍ୟବହାର ବା ନିଷିଦ୍ଧ ପ୍ଲାଷ୍ଟିକ ପାତ୍ର ପ୍ରସାଦ ଆଦି ପାଇଁ ବ୍ୟବହାର କରିବେ ନାହିଁ। ମୂର୍ତ୍ତିରେ କୌଣସି ପ୍ରକାର ପ୍ଲାଷ୍ଟିକ୍ ଆଭୂଷଣର ବ୍ୟବହାର କରିବେ ନାହିଁ।
Bhubaneswar | Durga Puja
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/28/untitled-18-2025-09-28-18-56-48.jpg)