ଏଥର ରାଜଧାନୀର ଦୁର୍ଗାପୂଜାରେ ବାଜିବନି ଡିଜେ: କମିସନର ସୁଧାଂଶୁ ଷଡ଼ଙ୍ଗୀ

ଭୁବନେଶ୍ୱର: ଆଗାମୀ ଦୁର୍ଗାପୂଜାରେ ଡିଜେ ବାଜିବ ନାହିଁ। ଦୁର୍ଗାପୂଜା କମିଟିଗୁଡ଼ିକର କର୍ମକର୍ତ୍ତାଙ୍କୁ ନେଇ କମିସନରେଟ୍‌ ପୁଲିସର ବୈଠକ ପରେ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ମଙ୍ଗଳବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭୁବନେଶ୍ୱରର ୫ଟି ସ୍ଥାନରେ ରାବଣ ପୋଡ଼ି ହେବ। ପ୍ରତି ପୂଜା କମିଟିକୁ ୪ଟି ବକ୍ସ ଓ ୪ଟି ଚୁଙ୍ଗା ଲଗାଇବାକୁ ଅନୁମତି ଦିଆଯାଇଛି। ସେହିଭଳି ଶାନ୍ତି ଶୃଙ୍ଖଳା ପାଇଁ ପ୍ରତି ପୂଜା କମିଟିର ୩ ଜଣଙ୍କୁ ପ୍ରଶିକ୍ଷଣ ଦିଆଯିବ। ଅଗ୍ନି ର୍ନିବାପକ ଲଗାଇବାକୁ ନିର୍ଦେଶ ଦିଆଯାଇଛି। ରସୁଲଗଡ଼-ବମିଖାଲ ରାସ୍ତା ପାଇଁ ଏନ୍‌ଏଚଏଆଇଙ୍କ ସହ ଆଲୋଚନା କରାଯିବ ବୋଲି ଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

ଦୁର୍ଗା ପୂଜା ପାଇଁ ରାଜଧାନୀ ଭୁବନେଶ୍ୱରର କ୍ଲବ ଓ ଯୁବ ସଂଗଠନଗୁଡ଼ିକ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ପୁଲିସ ପକ୍ଷରୁ ଆଜି ଏକ ବୈଠକ ଡକାଯାଇଥିଲା। ବୈଠକରେ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ପୂଜା କମିଟିମାନଙ୍କୁ ପରାମର୍ଶ ଦେଇଛନ୍ତି ଯେ, ବିନା ‘ଡିଜେ’ରେ ଦୁର୍ଗା ପୂଜା ହେଉ। ଅଗ୍ନି ର୍ନିବାପକ ଲଗାଇବାକୁ ନିର୍ଦେଶ ଦିଆଯାଇଛି। ରସୁଲଗଡ଼-ବମିଖାଲ ରାସ୍ତା ପାଇଁ ଏନ୍‌ଏଚଏଆଇଙ୍କ ସହ ଆଲୋଚନା କରାଯିବ ବୋଲି ଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

ବରିଷ୍ଠ ପୁଲିସ ଅଧିକାରୀ ଶ୍ରୀ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବଡ଼ ବଡ଼ ପୂଜା ମଣ୍ଡପରେ ସିସିଟିଭି ଲଗାଯିବା ନେଇ ଆଲୋଚନା ହୋଇଛି। ଏଥି ସହିତ ଶାନ୍ତିଶୃଙ୍ଖଳାର ସହିତ ଦୁର୍ଗା ପୂଜା ଶେଷ କରିବାକୁ ଗୁରୁତ୍ୱ ଦିଆଯାଇଛି।

ସୂଚନାଯୋଗ୍ୟ ଆଗାମୀ ଅକ୍ଟୋବର ୫ରୁ ଦୁର୍ଗାପୂଜା ଆରମ୍ଭ ହେବ। ଅକ୍ଟୋବର ୬ ମହାଷ୍ଟମୀ ଓ ୮ରେ ଦଶହରା ଅନୁଷ୍ଠିତ ହେବ। ଶେଷରେ ଅକ୍ଟୋବର ୯ରେ ଭଷାଣୀ ଯାତ୍ରା ପରେ ମା’ ଦୁର୍ଗାଙ୍କୁ ବିଦାୟ ଦିଆଯିବ।

ସମ୍ବନ୍ଧିତ ଖବର