ପ୍ରସେସନ ସମୟରେ ଯୁବକଙ୍କୁ ଉଠାଇ ଆଣିଲା ପୁଲିସ: ଥାନା ଘେରିଲେ ମହିଳା

ଭୁବନେଶ୍ବର: ରାତି ୧୦ଟା ପରେ ଅଧିକ ସାଉଣ୍ଡ ଦେଇ ଡିଜେ ବଜା ଯାଉଥିବାରୁ ଜଣେ ଯୁବକଙ୍କୁ ଉଠାଇ ଆଣିବାରୁ ଥାନା ଘେରିଲେ ମହିଳା। ସୂଚନା ଅନୁଯାୟୀ, ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ କାର୍ତ୍ତିକେଶ୍ବର ପୂଜା ଭସାଣି ପାଇଁ ପ୍ରସେସନ ଚାଲିଥିଲା। ସେହି ସମୟ‌ରେ ଲକ୍ଷ୍ମୀସାଗର ମଣ୍ଡପ ସାହିର ରାଜକିଶୋର ଜେନାଙ୍କୁ ଗିରଫ କରିଥିଲା ପୁଲିସ।

ଏହାର ପ୍ରତିବାଦ କରି ଲକ୍ଷ୍ମୀସାଗର ଅଞ୍ଚଳର ଶତାଧିକ ମହିଳା ଆଜି ସକାଳେ ଥାନା ଘେରାଉ କରିଛନ୍ତି। ରାଜକିଶୋର ଜେନାଙ୍କୁ ବିନା ସର୍ତ୍ତରେ ଛାଡ଼ିବା ଏବଂ ପୁଲିସ ଅଧିକାରୀ ଶଶିକାନ୍ତ ରାଉତଙ୍କୁ ନିଲମ୍ବିତ କରିବା ଦାବିରେ ଥାନା ଘେରିଛନ୍ତି ମହିଳା।

ସମ୍ବନ୍ଧିତ ଖବର