ଭୁବନେଶ୍ୱର : ଇ-ଷ୍ଟାମ୍ପ ପାଇଁ ମୋଟା ଅଙ୍କର କମିସନ୍‌ ମାଗିବା ଓ ପ୍ରତିବାଦ କରିବାରୁ ଆଇନଜୀବୀଙ୍କୁ ଅସଭ୍ୟ ଆଚରଣ, ଗାଳିଗୁଲଜ କରିବା ନେଇ ବଡ଼ଗଡ଼ ଥାନାରେ ଅଭିଯୋଗ ହୋଇଛି। ଆଇନଜୀବୀ ଲିଙ୍ଗରାଜ ଦାଶ ଖଣ୍ଡଗିରିର ଜଣେ ଇ-ଷ୍ଟାମ୍ପ କର୍ମଚାରୀଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି। ବଡ଼ଗଡ଼ ଥାନା ପୁଲିସ ଏନେଇ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।

Advertisment

ଅଭିଯୋଗ ଅନୁଯାୟୀ, ଏକ ଜମି କିଣା ପାଇଁ ଲିଙ୍ଗରାଜ ୧୦ ଲକ୍ଷ ଟଙ୍କାର ଇ-ଷ୍ଟାମ୍ପ କିଣିବାକୁ ଖଣ୍ଡଗିରି ସବ୍‌ରେଜିଷ୍ଟ୍ରି କାର୍ଯ୍ୟାଳୟ ଭିତରେ ଥିବା ଇ-ଷ୍ଟାମ୍ପର କର୍ମଚାରୀଙ୍କୁ ଯୋଗଯୋଗ କରିଥିଲେ। ତେବେ ଇ-ଷ୍ଟାମ୍ପ ବଦଳରେ କର୍ମଚାରୀଜଣକ କମିସନ୍‌ ବାବଦକୁ ୩୦ ହଜାର ଟଙ୍କା ଦାବି କରିଥିଲେ। ତେବେ ଏହା ବେଆଇନ ବୋଲି କହି ଶ୍ରୀ ଦାଶ ପ୍ରତିବାଦ କରିବାରୁ କର୍ମଚାରୀଜଣକ ତାଙ୍କୁ ଅସଭ୍ୟ ଆଚରଣ କରିବା ସହ ଗାଳିଗୁଲଜ କରିଥିଲେ। ପରେ ଏ ସଂପର୍କରେ ଶ୍ରୀ ଦାଶ ବଡ଼ଗଡ଼ ଥାନା ଅଧିକାରୀ, ଏସିପି ଓ ସବ୍‌ରେଜିଷ୍ଟ୍ରାର୍‌ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।