ପୁରୁଣା ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ଦଧିନଉତି ପର୍ଯ୍ୟନ୍ତ ବନ୍ଧା ହେଲା ବ୍ୟାରିକେଡ଼୍। ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ପକ୍ଷରୁ ପୁରାତନ ଶୈଳୀରେ ଲିଙ୍ଗରାଜ ମନ୍ଦିରରେ ଆର୍ଥିଂ ବ୍ୟବସ୍ଥା କରିବ। ରୁକୁଣା ରଥଯାତ୍ରା ପୂର୍ବରୁ ଆର୍ଥିଂ ଆରେଷ୍ଟର୍ କାମ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ସୂଚନା ମିଳିଛି। ଲିଙ୍ଗରାଜ ମନ୍ଦିରରେ ସାହାଣମେଲା ଦର୍ଶନ ବେଳେ କୌଣସି ପୂଜା କାର୍ଯ୍ୟ ହେଉ ନଥିବା ବେଳେ ଏହି କାମ କରାଯିବ। ମନ୍ଦିରରେ ଏଏସ୍ଆଇ ପୂର୍ବରୁ ଜଗମୋହନରେ ଆର୍ଥିଂ ଆରେଷ୍ଟର ଲଗାଇଥିଲା।
ଏନେଇ ଏଏସ୍ଆଇ ଭୁବନେଶ୍ବର ସଂଗ୍ରାଧିକ୍ଷକ କୁହନ୍ତି ଲିଙ୍ଗରାଜ ମନ୍ଦିରରେ ପୁରାତନ ସ୍ପାଇଜ୍ ପଦ୍ଧତିରେ ଗୋଟିଏ ତମ୍ବା ବାଡ଼ରେ ୩ଟି କଣ୍ଟା ପରି ବାହାରିଥିବା ପଦ୍ଧତିରେ ଲଗାଯିବ। ଏବେ ଗୋଟିଏ ଆଧୁନିକ ଶୈଳୀରେ ଲାଗିଛି। ମୁଖ୍ୟ ମନ୍ଦିର ସହ ନାଟ୍ୟ ମଣ୍ଡପରେ ଲାଗିଛି। ଏଥି ପାଇଁ ଅନୁଦାନ ଆସିବା ପରେ ଏହି କାମ କରାଯାଉଛି। ସୂଚନାଯୋଗ୍ୟ, ପୂର୍ବରୁ ଏକାଧିକବାର ମନ୍ଦିରକୁ ବଜ୍ରପାତ ହୋଇଥିଲା। ଫଳରେ ଦଧିନଉତି କ୍ଷତିଗ୍ରସ୍ତ ହୋଇଥିଲା। ଏବେ ଆଧୁନିକ ପଦ୍ଧତିରେ ଆର୍ଥିଂ ବ୍ୟବସ୍ଥା କରାଯାଉଛି। ପର୍ଯ୍ୟାୟକ୍ରମେ ପାର୍ବତୀ ମନ୍ଦିର, ଭୁବନେଶ୍ବରୀ ମନ୍ଦିର ସମେତ ଏକାମ୍ର କ୍ଷେତ୍ରର ମୈତ୍ରେଶ୍ବର, ଜମେଶ୍ବର ମନ୍ଦିର ଭଳି ଏକାଧିକ ମନ୍ଦିରରେ ଆର୍ଥିଂ ଲଗାଯିବ ବୋଲି ଏଏସ୍ଆଇ ପକ୍ଷରୁ କୁହାଯାଇଛି।