ପୂର୍ବତଟ ରେଳପଥକୁ ୨ଟି ଜାତୀୟ ପୁରସ୍କାର

ଭୁବନେଶ୍ବର : ମହାରାଷ୍ଟ୍ରର ମୁମ୍ବାଇଠାରେ ଆୟୋଜିତ ରାଷ୍ଟ୍ରୀୟ ସ୍ତରୀୟ ରେଳବାଇ ପୁରସ୍କାର ବିତରଣ ଉତ୍ସବରେ ପୂର୍ବତଟ ରେଳପଥକୁ ଦୁଇଟି ସମ୍ମାନଜନକ ପୁରସ୍କାର ମିଳିଛି। ରେଳପଥର ଦକ୍ଷତା ପାଇଁ ଆକାଉଣ୍ଟସ ଓ ଫାଇନାନ୍ସ ମ୍ୟାନେଜମେଣ୍ଟ ସିଲଡ୍‌ ଓ କମ୍ପ୍ରେହେନସିଭ ହେଲଥ୍‌ କେୟାର ସିଲଡ୍‌ ପୁରସ୍କାର ପ୍ରଦାନ କରାଯାଇଛି। ରେଲୱେ ବୋର୍ଡର ବିନୋଦ କୁମାର ଯାଦବ ପୂର୍ବତଟ ରେଳପଥକୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂଷଣ ଓ ରେଳପଥର ପ୍ରମୁଖ ବିତ୍ତ ଉପଦେଷ୍ଟା ଓ ମୁଖ୍ୟ ଲେଖା ଅଧିକାରୀ ରବି ଶଙ୍କର ମିତ୍ର ଫାଇନାନ୍ସ ମ୍ୟାନେଜମେଣ୍ଟ ସିଲଡ୍‌ ଗ୍ରହଣ କରିଥିଲେ। ସେହିପରି ମହାପ୍ରବନ୍ଧକ ଶ୍ରୀ ବିଦ୍ୟାଭୂଷଣ ଓ ରେଳପଥର ପ୍ରମୁଖ ସ୍ୱାସ୍ଥ୍ୟ ନିର୍ଦେଶକ ଡା. ସୁକାନ୍ତ କୁମାର ମହାନ୍ତି କମ୍ପ୍ରେହେନସିଭ ହେଲଥ୍‌ କେୟାର ସିଲଡ୍‌ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର