ଭୁବନେଶ୍ବର: ରେଳବାଇ ଷ୍ଟାଡିୟମ୍ଠାରେ ୭୩ତମ ଗଣତନ୍ତ୍ର ଦିବସ କୋଭିଡ୍ ନିୟମ ଅନୁଯାୟୀ ପାଳିତ ହୋଇଯାଇଛି। ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାର ଜାତୀୟ ପତାକା ଉତ୍ତୋଳନ କରିବା ସହ ରେଳବାଇ ସୁରକ୍ଷାବଳ ପକ୍ଷରୁ ଆୟୋଜିତ ପରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ସେ କହିଥିଲେ, କୋଭିଡ ମହାମାରୀ ପ୍ରତ୍ୟେକ ସଂଗଠନ ପ୍ରତ୍ୟେକ ବ୍ୟକ୍ତିର ଜୀବନକୁ ଅପ୍ରତ୍ୟାଶିତ ଭାବେ ପ୍ରଭାବିତ କରିଛି। ବିଶ୍ୱବାସୀ କୋଭିଡ୍କୁ ପ୍ରଗତିର ଏକ ପ୍ରତିବନ୍ଧକ ଭାବେ ଦେଖୁଥିବା ବେଳେ ରେଳପଥ ଏହାକୁ ଏକ ଆହ୍ୱାନ ଭାବେ ଗ୍ରହଣ କରିଛି। ମହାମାରୀ ସମୟରେ ରେଳବାଇ ଏକ ସୁସ୍ଥ, ଉପଭୋଗ୍ୟ, ଉତ୍ପାଦନକାରୀ ଏବଂ ଆରାମଦାୟକ ଜୀବନଯାପନରେ ବିକଶିତ ହେବା ପାଇଁ ନିଜର ଇଚ୍ଛା ଏବଂ କ୍ଷମତାକୁ ଦୃଢ଼ୀଭୂତ କରିଛି। ଔଷଧ, ଖାଦ୍ୟଶସ୍ୟ, ଖାଦ୍ୟ ସାମଗ୍ରୀ, ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଭାରତରେ ଶିଳ୍ପ କାରବାରକୁ ସମର୍ଥନ କରିବା ପାଇଁ ଅତ୍ୟାବଶକ ସାମଗ୍ରୀ ଯଥା କୋଇଲା, ଇସ୍ପାତ ଇତ୍ୟାଦି ପରିବହନ କରି ଦେଶର ସମୃଦ୍ଧିରେ ବ୍ୟାଘାତ ନ ଘଟାଇବା ପାଇଁ ପ୍ରୟାସ କରିଆସିଛି। ପୂର୍ବତଟ ରେଳପଥର କାର୍ଯ୍ୟବଳ ସମସ୍ତ ଜୋନ୍ ମଧ୍ୟରେ ସର୍ବୋଚ୍ଚ ମାଲ ପରିବହନ ଜୋନ୍ ଭାବେ ଉଦ୍ୟମ ଅବ୍ୟାହତ ଜାରି ରଖିଛି। ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ପୂର୍ବତଟ ରେଳପଥ କାର୍ଯ୍ୟବଳ ୨୨୯.୯୦ ନିୟୁତ ପଣ୍ୟ ବୋଝେଇର ଲକ୍ଷ୍ୟ ହାସଲ କରିପାରିବ ବୋଲି ସେ କହିଥିଲେ। ଏହି ଅବସରରେ ରେଳପଥର ସମସ୍ତ ବିଭାଗୀୟ ପ୍ରମୁଖ ଅଧିକାରୀମାନଙ୍କ ସହିତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ରେଳପଥର ଉପମହାପ୍ରବନ୍ଧକ ଅଶୋକ କୁମାର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ପୂର୍ବତଟ ରେଳପଥ ପକ୍ଷରୁ ୭୩ତମ ଗଣତନ୍ତ୍ର ଦିବସ: ରେଳପଥ ପାଇଁ କୋଭିଡ୍ ଏକ ଆହ୍ବାନ: ସୁଧୀର କୁମାର
/sambad/media/post_attachments/wp-content/uploads/2022/01/5465f4h6f5s4f65hhf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)