ପୂର୍ବତଟ ରେଳ ପକ୍ଷରୁ ଆତଙ୍କବାଦ ବିରୋଧ ଦିବସ ପାଳିତ

ଚନ୍ଦ୍ରଶେଖରପୁର : ପୂର୍ବତଟ ରେଳପଥ ପକ୍ଷରୁ ଏହାର ମୁଖ୍ୟାଳୟ ରେଳ ସଦନଠାରେ ଆଜି ଆତଙ୍କବାଦ ବିରୋଧ ଦିବସ ପାଳିତ ହୋଇଯାଇଛି। ପୂର୍ବତଟ ରେଳ ମହାପ୍ରବନ୍ଧକ ଉମେଶ ସିଂହ ଏନେଇ ଅହିଂସା ଓ ସହିଷ୍ଣୁତା ପ୍ରତି ଦୃଢ଼ ବିଶ୍ୱାସ ରଖିବାର ଶପଥ ପାଠ କରାଇଛନ୍ତି। ପୂର୍ବତଟ ରେଳ ଅଧୀନ ଖୋର୍ଧାରୋଡ୍‌, ସମ୍ବଲପୁର ଏବଂ ବିଶାଖାପାଟଣାରେ ମଧ୍ୟ ଏହି ଦିବସ ପାଳିତ ହୋଇଥିଲା। ଆତଙ୍କବାଦ ଓ ହିଂସାକୁ ବିରୋଧ କରିବା ସହିତ ଶାନ୍ତି ଓ ସଂହତି ବଜାୟ ରଖିବା ଏବଂ ମାନବ ଜୀବନ ଓ ମୂଲ୍ୟବୋଧ ପ୍ରତି ଆହ୍ଵାନ ବିରୋଧରେ ଲଢ଼ିବା ପାଇଁ ଶ୍ରୀ ସିଂହ ରେଳ କର୍ମଚାରୀ ଓ ଅଧିକାରୀଙ୍କୁ ଶପଥ ପାଠ କରାଇଥିଲେ। ପୂର୍ବତଟ ରେଳପଥର ମୁଖ୍ୟ କାର୍ମିକ ଅଧିକାରୀ (ପ୍ରଶାସନ) ଶ୍ରୀ ପଭାତ ଏହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର