ସମ୍ବଲପୁର: ପଶ୍ଚିମବଙ୍ଗର ମାଲଦା କ୍ଲବ୍ଠାରେ ଶନିବାର ଶେଷ ହୋଇଥିବା ପୂର୍ବାଞ୍ଚଳ ଦୃଷ୍ଟିହୀନ ଚେସ୍ ପ୍ରତିଯୋଗିତାରେ ଓଡ଼ିଶାର ଚେସ୍ ଭ୍ରାତା ସୌନ୍ଦର୍ଯ୍ୟ ପ୍ରଧାନ ଏବଂ ପ୍ରାଚୁର୍ଯ୍ୟ ପ୍ରଧାନ ଯଥାକ୍ରମେ ପ୍ରଥମ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ୭ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାେର ସୌନ୍ଦର୍ଯ୍ୟ ସମସ୍ତ ବାଜି ଜିତି ପୂରା ୭ ପଏଣ୍ଟ ହାସଲ କରି ବିଜେତା ହୋଇଥିଲେ। ସେହିପରି ୬ ପଏଣ୍ଟ ହାସଲ କରି ପ୍ରାଚୁର୍ଯ୍ୟ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଦେଶର ୮୬ ଜଣ ଦୃଷ୍ଟିହୀନ ପ୍ରତିଯୋଗୀଙ୍କୁ ନେଇ ଗତ ୨୪ରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ପଶ୍ଚିମବଙ୍ଗର ଦିବାକର ପାଲ ସମାନ ୬ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ବରଗଡ଼ ଜିଲ୍ଲା ସତୀଭଟାରେ ଜନ୍ମିତ ଏହି ପ୍ରତିଭାବାନ ଦୁଇ ଭାଇ ବର୍ତ୍ତମାନ ନୂଆପଡ଼ା ଜିଲ୍ଲାର ବୋଡ଼େନରେ ରହୁଛନ୍ତି।
ପୂର୍ବାଞ୍ଚଳ ଦୃଷ୍ଟିହୀନ ଚେସ୍: ସୌନ୍ଦର୍ଯ୍ୟ ବିଜେତା, ପ୍ରାଚୁର୍ଯ୍ୟ ତୃତୀୟ
/sambad/media/post_attachments/wp-content/uploads/2022/03/654sf654fhs654sfh65hf4s65.jpg)