ବିଏମ୍‌ସିରେ ବିବାହ ସାର୍ଟିଫିକେଟ୍‌ ପାଇବା ସହଜ ହେଲା

ଭୁବନେଶ୍ବର : ରାଜଧାନୀବାସୀ ଏଣିକି ସହଜରେ ବିବାହ ସାର୍ଟିଫିକେଟ୍ ପାଇପାରିବେ। ଘରେ ବସି ଅନଲାଇନ୍‌ରେ ଆବେଦନ କରିବା ସହ ଅନ୍‌ଲାଇନ୍‌ରେ ସାର୍ଟିଫିକେଟ୍ ପାଇବେ। କୋର୍ଟକୁ ଯାଇ ଆଫିଡେଭିଟ୍ କରିବାକୁ ପଡ଼ିବନି କି ବିଏମ୍‌ସି ଅଫିସ୍‌କୁ ଯିବାକୁ ପଡ଼ିବନି। ଭୁବନେଶ୍ବର.ମି ୱେବସାଇଟ୍‌ରେ ସବୁ ଡକୁମେଣ୍ଟ, ଫଟୋ ଅପଲୋଡ୍‌ କରି ଆବେଦନ କଲେ ବିବାହ ସାର୍ଟିଫିକେଟ୍ ମିଳିଯିବ।

ସୋମବାର ଏ ନେଇ ବସିଥିବା ଏକ ବୈଠକରେ ନିଷ୍ପତ୍ତି ହୋଇଛି ଯେ ଆବେଦନକାରୀଙ୍କୁ ବିଏମ୍‌ସିର ଜୋନ୍ ଅଫିସ୍ ଯିବାକୁ ପଡ଼ିବନି। ସବୁ ଡକୁମେଣ୍ଟରେ ନିଜେ ଦସ୍ତଖତ କରି ସେଲ୍ଫ ଆଟେଷ୍ଟଡ୍‌ କରିପାରିବେ। ଏହାସହ ବିବାହ ବେଳର ଫଟୋ ଦେଇ ଆବେଦନ କଲେ ଏହାକୁ ଯାଞ୍ଚ କରି ବିବାହ ସାର୍ଟିଫିକେଟ୍ ପ୍ରଦାନ କରାଯିବ। ପୂର୍ବରୁ ଅନଲାଇନ୍‌ରେ ଆବେଦନ ବ୍ୟବସ୍ଥା ଥିବାବେଳେ ଏବେ ଏହାକୁ ଅଧିକ ସହଜ କରାଯାଇଛି।

ସମ୍ବନ୍ଧିତ ଖବର