ଚନ୍ଦ୍ରଶେଖରପୁର: ଜଳଖିଆ ଦୋକାନକୁ ଆସି ଖାଇଲେ। ଖାଇବା ପରେ ଟଙ୍କା ନଦେଇ ଗଣ୍ଡଗୋଳ କଲେ। ଦୋକାନ କ୍ୟାସ୍ କାଉଣ୍ଟରୁ ଟଙ୍କା ନେଇଗଲେ। ଏତିକିରେ ମନ ବୁଝିଲା ନାହିଁ। ଜଳଖିଆ ଦୋକାନ ବାହାରେ ଥିବା ଗ୍ୟାସ୍‌ ସିଲିଣ୍ଡରକୁ ନେଇ ଚମ୍ପଟ ମାରିଲେ। ଗତକାଲି ରାତିରେ

Advertisment

ଜଗନ୍ନାଥ ବିହାରରେ ଏଭଳି ଘଟଣା ଘଟିଛି। ଏହି ଘଟଣାରେ ଦୋକାନୀଙ୍କ ଅଭିଯୋଗକୁ ଭିତ୍ତିକରି ମୈତ୍ରୀବିହାର ଥାନା ପୁଲିସ ଆଜି ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଏକାମ୍ର ବିହାରର ରୁତବିର ଦିଗଲ (୨୮), ପ୍ରତିତ ପ୍ରଧାନ (୨୧) ଓ ପ୍ରଦୀପ କୁମାର ପ୍ରଧାନ (୪୨)। ଅଭିଯୁକ୍ତ ମାନେ ଗତକାଲି ରାତିରେ ଜଗନ୍ନାଥ ବିହାରର ସୁରେନ୍ଦ୍ର ରେଡିଙ୍କ ଜଳଖିଆ ଦୋକାନରୁ ଖାଦ୍ୟ ଖାଇବା ପରେ ଟଙ୍କା ନଦେଇ ଗଣ୍ଡଗୋଳ କରିଥିଲେ। ଏହି ସମୟରେ ସୁରେନ୍ଦ୍ର ପ୍ରତିବାଦ କରିବା‌ରୁ ‌ଅଭିଯୁକ୍ତମାନେ ଦୋକାନ କ୍ୟାସ୍ କାଉଣ୍ଟରୁ ଟଙ୍କା ଓ ଗ୍ୟାସ୍‌ ସିଲିଣ୍ଡର ନେଇ ଚମ୍ପଟ ମାରିଥିଲେ। ପୁଲିସ ଦୁଇ ଅଭିଯୁକ୍ତ ରୁତବିର ଓ ପ୍ରତିତକୁ ଗିରଫ କରି ଥାନାକୁ ଆଣିଥିଲା। ସେମାନେ ଗ୍ୟାସ୍ ସିଲିଣ୍ଡର ପ୍ରଦୀପକୁ ବିକିଥିବା କହିଥିଲେ। ଏହାପରେ ପୁଲିସ ପ୍ରଦୀପକୁ ମଧ୍ୟ ଗିରଫ କରିଥିଲା। ପୁଲିସ ଚୋରି ସାମଗ୍ରୀ ଓ କିଛି ନଗଦ ଟଙ୍କା ଜବତ କରି ବ୍ୟବସାୟୀଙ୍କୁ ଫେରାଇଛି।