ଭୁବନେଶ୍ୱର : ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ଓ କଳା ଟଙ୍କାର ଖୋଳତାଡ଼ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ଦିନ ବହିଷ୍କୃତ ଆଇଏଫ୍ଏସ୍ ଅଫିସର୍ ଅଭୟକାନ୍ତ ପାଠକଙ୍କ ଘରେ ଚଢ଼ଉ କରିଛି। ଆଜି ସକାଳୁ ଇଡିର ୫ଜଣିଆ ଏକ ଟିମ୍ ବିବେକାନନ୍ଦ ମାର୍ଗସ୍ଥିତ ଅଭୟକାନ୍ତଙ୍କ ଆପାର୍ଟମେଣ୍ଟରେ ଚଢ଼ଉ କରିଥିଲା। ସେଠାରେ ତାଙ୍କୁ ଦୀର୍ଘ ସମୟ ଧରି ଜେରା କରାଯିବା ସହ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ସୂଚନା ମିଳିଛି। ସକାଳ ୭ଟାରୁ ଆରମ୍ଭ ହୋଇଥିବା ଚଢ଼ଉ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥିଲା। ତେବେ କେଉଁ କାଗଜପତ୍ର ଜବତ କରାଯାଇଛି ଓ କି’ ସୁରାକ୍ ମିଳିଛି, ସେ ସମ୍ପର୍କରେ ଇଡିର କୌଣସି ଅଧିକାରୀ ମୁହଁ ଖୋଲିନାହାନ୍ତି। ଆଗକୁ ମଧ୍ୟ ଅନ୍ୟ ଅଭିଯୁକ୍ତମାନଙ୍କ ଘରେ ଚଢ଼ଉ କରାଯିବ ବୋଲି କୁହାଯାଉଛି।
ସୂଚନାଯୋଗ୍ୟ, ପୂର୍ବରୁ ଇଡି ଏହି ମାମଲାରେ ଅଭୟକାନ୍ତ ପାଠକଙ୍କୁ ଦୁଇଥର ଜେରା କରିସାରିଛି। ସେହିପରି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦୁଇଥର ଓ ତାଙ୍କ ଝିଅ ଶ୍ରୁତି, ଝାରପଡ଼ା ଜେଲରେ ଆକାଶ ପାଠକଙ୍କୁ ଜେରା କରିସାରିଛି ଇଡି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/ed.jpg)