କେଶରୀ ରିୟଲ୍‌ ଇଷ୍ଟେଟ୍‌ରୁ ୧.୫ କେଜି ସୁନା ଜବତ କଲା ଇଡି

ଭୁବନେଶ୍ବର: ଡୁପ୍ଲେକ୍ସ ବିକିବା ନାଁରେ ଗ୍ରାହକଙ୍କୁ ଠକେଇ କରିଥିବା କେଶରୀ ରିୟଲ୍‌ ଇଷ୍ଟେଟ୍‌ ମୁଖ୍ୟ ଅକ୍ଷୟ ଚୌଧୁରୀଙ୍କ ଘରେ ଚଢ଼ଉ ବେ‌ଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦେଢ଼ କେଜି ଓଜନର ସୁନା ଗହଣା ଓ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି। ସୂଚନା ମୁତାବକ ୨୦୦୮ ମସିହାରୁ ୨୦୧୯ ମସିହା ମଧ୍ୟରେ ଅକ୍ଷୟ ୧୮ଜଣ ଗ୍ରାହକଙ୍କଠାରୁ ୫ କୋଟି ୧୬ ଲକ୍ଷ ଟଙ୍କା ନେଇଥିଲେ।

ମାତ୍ର ଘର ଦେଲେନି କି ଟଙ୍କା ଫେରାଇଲେ ନାହିଁ। ଅଭିଯୋଗ ପାଇବା ପରେ ୨୦୨୦ ମସିହାରେ କ୍ରାଇମ୍‌ବ୍ରାଞ୍ଚ୍‌ର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ଅକ୍ଷୟଙ୍କୁ ଗିରଫ କରିଥିଲା‌। ତେବେ ଗତ ୨୪ ତାରିଖ ଦିନ ଇଡି ଅକ୍ଷୟଙ୍କ ଭୁବନେଶ୍ବର କେଶରୀ ଟକିଜ୍ ନିକଟ ଅଫିସ୍‌, ଫରେଷ୍ଟ ପାର୍କ ଏବଂ ବ୍ରହ୍ମପୁର ଆଦି ୩ଟି ସ୍ଥାନରେ ଚଢ଼ଉ କରିଥିଲା।

ସମ୍ବନ୍ଧିତ ଖବର