ରାଜଧାନୀକୁ ଭିକାରୀମୁକ୍ତ କରିବାକୁ ଉଦ୍ୟମ, ଭୁବନେଶ୍ବରର ବିଭିନ୍ନ ଜାଗାରୁ ବାସହୀନଙ୍କୁ ଉଦ୍ଧାର କଲା ବିଏମ୍‌ସି

ଭୁବନେଶ୍ବର : ଭୁବନେଶ୍ବରକୁ ଭିକାରୀମୁକ୍ତ କରିବାକୁ ବିଏମ୍‌ସି ଉଦ୍ୟମ ଜାରି ରଖିଛି। ରାଜଧାନୀର ମାଷ୍ଟର କ୍ୟାଣ୍ଟିନ୍, ରାମ ମନ୍ଦିର ଛକ ଓ ରାଜମହଲ ଛକରୁ ବେଶ୍ କେତେଜଣ ପୁରୁଷ, ମହିଳା ବାସହୀନଙ୍କୁ ଉଦ୍ଧାର କରି ସମସ୍ତଙ୍କୁ ବିଏମ୍‌ସି ଦ୍ବାରା ନିର୍ମିତ ଆଶ୍ରୟସ୍ଥଳୀରେ ଥଇଥାନ କରିଛି। ୬ଦିନ ପୂର୍ବେ ଖଣ୍ଡଗିରି ଅଞ୍ଚଳରୁ ଜଣେ ଦିବ୍ୟାଙ୍ଗଙ୍କୁ ମଧ୍ୟ ବିଏମ୍‌ସିର ‘ଆଶ୍ରୟ’ ଟିମ୍ ଉଦ୍ଧାର କରିଥିଲା। ଉଲ୍ଲେଖଯୋଗ୍ୟ, ବିଏମ୍‌ସି ଗତ ୧୨ ତାରିଖରୁ ରଙ୍ଗବଜାରସ୍ଥିତ ଟଙ୍କପାଣି ରୋଡ୍‌ରେ ‘ଏକାମ୍ର ନୀଳୟ’ ଆଶ୍ରୟସ୍ଥଳୀ ନିର୍ମାଣ କରିଛି। ୧୦୦ ଶଯ୍ୟା ବିଶିଷ୍ଟ ଏହି ଆଶ୍ରୟସ୍ଥଳୀରେ ଭୁବନେଶ୍ବରରୁ ଉଦ୍ଧାର ହେଉଥିବା ବାସହୀନଙ୍କୁ ଥଇଥାନ କରାଯିବ।

ସମ୍ବନ୍ଧିତ ଖବର