କାପୋକ୍‌ ପକ୍ଷରୁ ‘ଇଦ୍ ମିଲନ’

ଭୁବନେଶ୍ବର: କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ (କାପୋକ୍‌) ପକ୍ଷରୁ ସତ୍ୟନଗରସ୍ଥିତ ଓଡ଼ିଶା ଦୃଷ୍ଟିହୀନ ସଂଘ କଲ୍ୟାଣ ମଣ୍ଡପଠାରେ ‘ଇଦ୍ ମିଲନ’ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କାପୋକ୍‌ର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଧାୟକ ଶଶିଭୂଷଣ ବେହେରା, ଅନନ୍ତ ନାରାୟଣ ଜେନା, ସାଂସଦ ମୁନ୍ନା ଖାଁ, ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଅମରେଶ ପତ୍ରୀ ଏବଂ ୱାର୍ଡ କର୍ପୋରେଟର, ଚେୟାରପର୍ସନଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। କାପୋକ୍‌ର ସମ୍ପାଦକ ଚିତ୍ତରଂଜନ ମହାନ୍ତି, ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷା ଏଲିନା ଦାଶ ଉପସ୍ଥିତ ଅତିଥିମାନଙ୍କୁ ସ୍ବାଗତ କରିଥିଲେ। ଉତ୍ସବରେ ଅଜହାର ନସିମ କୱାଲି ପାର୍ଟି ଦ୍ବାରା ସଂଗୀତ ପରିବେଷଣ ହୋଇଥିଲା।

ଚଳିତ ବର୍ଷ ଅନୁଷ୍ଠାନ ତରଫରୁ ଓଡ଼ିଶାର ମହାନ ସାଂସ୍କୃତିକ, ଧାର୍ମିକ ସହାବସ୍ଥାନ ତଥା ସାମାଜିକ ଐତିହ୍ୟ ଓ ଭାଇଚାରାର ସଂପର୍କ ବଜାୟ ରଖିବା ପାଇଁ ଇଦ୍ ମିଲନ୍ ଉତ୍ସବ ପାଳନ କରାଯାଉଛି ବୋଲି ଶ୍ରୀ ପାଇକରାୟ କହିଥିଲେ। ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ କାପୋକ୍‌ର ସଭ୍ୟ ଦିଲ୍ଲୀପ ନାୟକ, ସଂଘମିତ୍ରା ଦାସ, ଲଲାଟ ସାହୁ, ବିଭୂତି ଦାସ, ମାନସ ରଥ ଅଭିଷେକ ଖଟୁଆ ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର