ଆଇନଷ୍ଟାଇନ୍‌ ସ୍କୁଲ ଅଫ୍‌ ଇଞ୍ଜିନିୟରିଂ ପୁରାତନ ଛାତ୍ରଛାତ୍ରୀଙ୍କ ବୈଠକ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ବଣିଆଟାଙ୍ଗୀସ୍ଥିତ ଆଇନଷ୍ଟାଇନ ସ୍କୁଲ ଅଫ୍ ଇଞ୍ଜନିୟରିଂର ପୁରାତନ ଛାତ୍ରଛାତ୍ରୀଙ୍କ ବୈଠକ ଏହାର ପରିସରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପ୍ରଫେସର ଶକ୍ତି ପ୍ରସନ୍ନ ମହାନ୍ତି ଯୋଗ ଦେଇଥିଲେ।

ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ ଅନିଲ ପଣ୍ଡା, ଉପାଧ୍ୟକ୍ଷ ପ୍ରଭୁପଦ ସେନାପତି ଓ ଅନ୍ୟାନ୍ୟ ଅତିଥିଙ୍କ ଉପସ୍ଥିତିରେ ଚଳିତ ବର୍ଷର ବାର୍ଷିକ ପତ୍ରିକା, ଆଲୁମିନି ହଲ୍, ଆଲୁମିନି ଫେସବୁକ ପେଜ ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମରେ ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ବାରା ବୃକ୍ଷରୋପଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। କାର୍ଯ୍ୟକ୍ରମକୁ କୀର୍ତ୍ତିମୟୀ କର, ସିରାଜଉଦ୍ଦିନ ମହମ୍ମଦ ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର