ବାଲିଅନ୍ତା: ଭୁବନେଶ୍ୱର ବ୍ଲକ୍ ଅଧୀନ ବାଙ୍କୁଆଳସ୍ଥିତ କୁଆଖାଇ ନଦୀ ପଠାରେ ଚାଲିଥିବା ଏକାମ୍ର ବାଲିଯାତ୍ରା ମହୋତ୍ସବର ଆଜି ସାଂସ୍କୃତିକ ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲାର ବିଶ୍ୱଜନନୀ ସାଂସ୍କୃତିକ ପରିଷଦ ପକ୍ଷରୁ ଦକ୍ଷିଣ ଓଡ଼ିଶାର ଲୋକନୃତ୍ୟ କ୍ରମରେ ବାଘ ନୃତ୍ୟ ପରିବେଶଣ କରାଯାଇଥିଲା। ଏଥିରେ ସଙ୍ଗୀତ ଓ ଦଳଗତ ନୃତ୍ୟ ମାଧ୍ୟମରେ ପରିବେଶ ସଚେତନତା ବାର୍ତ୍ତା ଦର୍ଶକଙ୍କ ମନକୁ ଛୁଇଁଥିଲା। ଢୋଲ, ଝାଞ୍ଜ, ମହୁରୀ ଓ ଚାଙ୍ଗୁ ତାକେ ତାଳେ ଗୁରୁ ଜଗଦ୍ଦିଶ ପାଣିଗ୍ରାହୀଙ୍କ ନୃତ୍ୟ ସଂଯୋଜନାରେ ଅନୁଷ୍ଠାନର କଳାକାରମାନେ ବାଘ, ହରିଣ, ମୟୁର, କୃଷ୍ଣସାର ମୃଗ, ସିଂହ, ହଂସ, ବର୍ହା ଓ ଅନ୍ୟାନ୍ୟ ଜୀବଜନ୍ତୁଙ୍କ ମୁଖା ପିନ୍ଧି ପରିବେଶର ସଚେତନତା ବାର୍ତ୍ତା ପ୍ରଚାର କରିଥିଲେ।
ମଣ୍ଟୁ ଛୁରିଆଙ୍କ ଗ୍ରୁପ୍ ପକ୍ଷରୁ ପରିବେଶିତ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାଂସ୍କୃତିକ ସନ୍ଧ୍ୟାକୁ ଅଧିକ ଆକର୍ଷଣୀୟ କରିଥିଲା। ଏହି ଅବସରରେ ଏକାମ୍ର ବାଲିଯାତ୍ରା ମହୋତ୍ସବ ସମ୍ପାଦକ କବିରାଜ ସ୍ୱାଇଁ, ବରିଷ୍ଠ ନାଗରିକ ମଞ୍ଚ ସମ୍ପାଦକ ଧିରେନ ପଟ୍ଟନାୟକ, ଆଇନଜୀବୀ ଡ. କମଳାକାନ୍ତ ବେଉରିଆ, ରଶ୍ମିରଞ୍ଜନ ମାର୍ଥା, ସାର୍ଥକ ପରିଡ଼ା, ସନ୍ତୋଷ କୁମାର ସିଂହ, ରାଜେନ୍ଦ୍ର ସମର୍ଥା, ଅଜିତ ବେହେରା, ପ୍ରତାପ ସାହୁ, ନିହାର ରଞ୍ଜନ ସେଠୀ, ବ୍ଲକ୍ ଅଧ୍ୟକ୍ଷା ନିରୁପମା ସାହୁ, ଖଦୀ ବୋର୍ଡ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ, ବିରଞ୍ଚି ନାରାୟଣ ମହାସୁପକାର ଓ ମଳୟ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଇଞ୍ଜିନିୟର ଶ୍ରୀନିବାସ ଘଟୁଆରୀ ମଞ୍ଚ ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/11/fsfshfsxvbbvbv-2025-11-11-01-35-27.jpg)