ଚନ୍ଦ୍ରଶେଖରପୁର: ଏକାମ୍ର ପୁସ୍ତକ ମହୋତ୍ସବର ଆଜି ଥିଲା ୯ମ ସନ୍ଧ୍ୟା। ‘ଇଟିକିଲି ମିଟିକିଲି’ ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମ ‘ତ୍ରିଧାରା’ରେ କବିତା ପାଠୋତ୍ସବରେ ବହୁ ପ୍ରବୀଣ ଶିଶୁ ସାହିତ୍ୟିକ ଓ ପିଲାମାନେ ଯୋଗଦେଇ ସ୍ବରଚିତ ଏବଂ ଦିବଂଗତ ଶିଶୁ ସାହିତ୍ୟିକଙ୍କ କବିତା ଆବୃତ୍ତି କରିଥିଲେ। କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସାଂସ୍କୃତିକ ସମ୍ପାଦିକା ଅନିତା ରଥ, ପ୍ରବୀଣା ପରିଡ଼ା ଓ ଛନ୍ଦା ମିଶ୍ର ସଂଯୋଜନା କରିଥିଲେ। ଶିଶୁ କଣ୍ଠଶିଳ୍ପୀ ତନୁଶ୍ରୀ, ଅର୍ଣ୍ଣବ, ଶାଶ୍ବତୀ, ଦୀପଶିଖା, ନିବେଦିତା, ଦିବ୍ୟଦିଶା, ଆଦ୍ୟାଶା ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ। ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ସନ୍ଧ୍ୟାରେ ‘ପିଲାଙ୍କ ସାହିତ୍ୟ ଉପରେ ଗାନ୍ଧିଜୀ’ଙ୍କ ପ୍ରଭାବ ସମ୍ପର୍କରେ ଆଲୋକପାତ କରି କହିଲେ, ଏପର୍ଯ୍ୟନ୍ତ ଯେତେ ମହାପୁରୁଷଙ୍କ କଥା ଶିଶୁ ସାହିତ୍ୟରେ ସ୍ଥାନ ପାଇଛି ସେଥିମଧ୍ୟରୁ ଗାନ୍ଧିଜୀଙ୍କ ବାର୍ତ୍ତା ପିଲାଙ୍କ ଉପରେ ପ୍ରଭାବ ପକାଇଛି। କବି ପ୍ରଦୀପ କୁମାର ବିଶ୍ବାଳ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗାନ୍ଧିଜୀଙ୍କ ଜୀବନୀ ସମ୍ପର୍କରେ କହିଥିଲେ। ପରେ ନୃତ୍ୟ ପରିବେଷିତ ହୋଇଥିଲା। ଅନୁଷ୍ଠାନର ସଚିବ ଶରତ କୁମାର ନାୟକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଚିତ୍ତ ମହାପାତ୍ର, ଜୟପ୍ରକାଶ ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ। ପୁସ୍ତକ ମହୋତ୍ସବର ସଭାପତି ପୀତବାସ ରାଉତରାୟ, ସାଧାରଣ ସମ୍ପାଦକ ଭାସ୍କର ଜେନା ପ୍ରମୁଖ ବକ୍ତବ୍ୟ ରଖିଥିଲେ।
ଏକାମ୍ର ପୁସ୍ତକ ମେଳାର ୯ମ ସନ୍ଧ୍ୟା: ଇଟିକିଲି ମିଟିକିଲି ପକ୍ଷରୁ ‘ତ୍ରିଧାରା’
/sambad/media/post_attachments/wp-content/uploads/2018/12/Untitled-26-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)