ପୁରୁଣା ଭୁବନେଶ୍ବର: ଲୁଇସ୍‌ରୋଡ୍‌ସ୍ଥିତ ‘କେଦାରଗୌରୀ ରିସୋର୍ଟ’ରେ ‘ଏକାମ୍ର ଦୁର୍ଗା ମହୋତ୍ସବ-୨୦୨୫’ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକାମ୍ର ଭୁବନେଶ୍ୱର ନିର୍ବାଚନମଣ୍ଡଳୀର ସମସ୍ତ ଦୁର୍ଗା ପୂଜା କମିଟି ଓ ହରପାର୍ବତୀ କମିଟିର କାର୍ଯ୍ୟକର୍ତ୍ତାମାନଙ୍କୁ ସମ୍ମାନିତ କରାଯାଇଥିଲା। ଏଥିରେ ଅତିଥି ଭାବେ ଏକାମ୍ର ବିଧାୟକ ବାବୁ ସିଂ, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ବିଏମ୍‌ସି ମେୟର ସୁଲୋଚନା ଦାସ, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ୱିବେଦୀ, ସନ୍ତୋଷ ମହାନ୍ତି, ଚିନ୍ମୟ ସାହୁ,  ଭୁବନେଶ୍ୱର ପଞ୍ଚାୟତ ସମିତି ଅଧ୍ୟକ୍ଷା ନିରୂପମା ସାହୁ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥ, ବିଜେଇଏମ୍‌ ବିଦ୍ୟାଳୟର ସଂପାଦକ ପ୍ରତାପ ଜେନା, ଦେବୟୁଗ ପରିବାର ଅଧ୍ୟକ୍ଷ ଦେବବ୍ରତ ନାୟକ, ଅଞ୍ଚଳ ବଟୁ, ରବୀନ୍ଦ୍ର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

Advertisment

ଅନୁଷ୍ଠାନର ଉପସଭାପତି ମଳୟ ମହାପାତ୍ର, ପ୍ରମୋଦ ମହାପାତ୍ର, ବିରଞ୍ଚି ନାରୟଣ ମହାସୁପକାର, ଦେବୀପ୍ରସାଦ ନନ୍ଦ, ପ୍ରତାପ ସାହୁ, କବିରାଜ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ। ଏହି ମୂର୍ତ୍ତି କାରିଗର ବଟକୃଷ୍ଣ ମହାପାତ୍ରଙ୍କୁ ସମ୍ମାନିତ କରାଯିବା ସହ ଅନୁଷ୍ଠାନର ଉପଦେଷ୍ଟା ଧୀରେନ ପଟ୍ଟନାୟକଙ୍କ ସଂପାଦନାରେ ପ୍ରକାଶିତ ସ୍ମରଣିକା‘ମହାଦେବୀ’ ଉନ୍ମୋଚନ କରାଯାଇଥିଲା। ଅନୁଷ୍ଠାନର ସଭାପତି ରାଜେନ୍ଦ୍ର ସମର୍ଥା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଂପାଦକ ସଂଗ୍ରାମ କେଶରୀ ପାଇକରାୟ ସଂପାଦକୀୟ ଅଭିଭାଷଣ ରଖିଥିଲେ। ଅନୁଷ୍ଠାନର ଯୁଗ୍ମ ସଂପାଦକ ବାମଦେବ ଗଜେନ୍ଦ୍ର, ନିହାର ରଂଜନ ସେଠୀ, ବିକ୍ରମ ସୁନ୍ଦରାୟ, ସରୋଜ ଲଲାଟ ସାହୁ, ଦିନେଶ ନାୟକ, ସାର୍ଥକ ପରିଡ଼ା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଇଂ ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ କୋଷାଧ୍ୟକ୍ଷ ବଳରାମ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।