ପୁରୁଣା ଭୁବନେଶ୍ୱର: ପବିତ୍ର ପୟା ଶ୍ରାଦ୍ଧ ଓ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପୂଜା କରି ବଡ଼ବଡ଼ୁଆ ଡାକ ପାଇଁ ଦୀପାବଳିରେ ଏକାମ୍ର କ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଆଶ୍ୱିନ ମାସ ପ୍ରଥମ ଦିନରୁ ୧୫ଦିନ ଧରି ଚାଲିଥିବା ମହାଳୟା ସମୟରେ ଯେଉଁ ଶ୍ରଦ୍ଧାଳୁ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇ ନ ଥିଲେ, ସେମାନେ ଏହି ଅମାବାସ୍ୟା ତିଥିରେ ଶ୍ରାଦ୍ଧ କାର୍ଯ୍ୟ ସମ୍ପନ୍ନ କରିବା ବିଧି ଥିଲା। ଏଣୁ ବିନ୍ଦୁସାଗର କୂଳ ଓ ଶ୍ରୀରାମନଗର ସ୍ଥିତ ସୂକ୍ଷ୍ମେଶ୍ୱର ମନ୍ଦିର ନିକଟରେ ଶ୍ରଦ୍ଧାଳୁମାନେ ତାଙ୍କ ପିତୃପୁରୁଷ ଓ ମାମୁଘରର ତିନି ପୁରୁଷକୁ ଏହି ପିଣ୍ଡ ଦାନ କରିଥିଲେ। ଏଥିପାଇଁ ବିନ୍ଦୁସାଗର କୂଳରେ ଧାଡ଼ି ହୋଇ ବ୍ରାହ୍ମଣମାନେ ରହି ପୂଜା କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଥିଲା। ଏହି ସ୍ଥାନରେ ପିଣ୍ଡଦାନ କଲେ ପରଲୋକଗତ ଆତ୍ମାର ସଦ୍ଗତି ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁମାନେ ଭୋର୍ରୁ ଆସି ଶ୍ରାଦ୍ଧ ଅର୍ପଣ କରିଥିଲେ। ବିନ୍ଦୁସାଗର ଦକ୍ଷିଣ ପୂର୍ବ ଘାଟଠାରୁ ଉତ୍ତରେଶ୍ୱର ଘାଟ ପର୍ଯ୍ୟନ୍ତ ବହୁ ପୁରୁଷ ଓ ମହିଳାଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା। ସେହିପରି ଦୀପାବଳି ଅମାବାସ୍ୟା ଉପଲକ୍ଷେ ବଡ଼ବଡ଼ୁଆଙ୍କୁ ଡାକିବା ପାଇଁ ବିନ୍ଦୁସାଗର କୂଳ ଓ ଶ୍ରୀଲିଙ୍ଗରାଜ ମନ୍ଦିରରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।
ସୂର୍ଯ୍ୟାସ୍ତ ପରେ ଶ୍ରଦ୍ଧାଳୁମାନେ କାଉଁରିଆ କାଠି ଓ ବିଭିନ୍ନ ପୂଜା ସମାଗ୍ରୀ ଆଣି ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ପୂଜା କରିବା ସହ ମନ୍ଦିର ପରିସରରେ ବାଇଶ ପାହାଚ ପାଖରେ ଓ ବିନ୍ଦୁସାଗର କୂଳରେ ବଡ଼ବଡ଼ୁଆ ହୋ... ଡାକିଥିଲେ।
ପିତୃ ପୁରୁଷଙ୍କ ଶ୍ରାଦ୍ଧ ପାଇଁ ଏକାମ୍ର କ୍ଷେତ୍ରରେ ଭିଡ଼
ବଡ଼ବଡ଼ୁଆ ହୋ...
/sambad/media/post_attachments/wp-content/uploads/2017/10/Pinda-Daan-Shradha-at-Lord-Jagannath-Temple-2-500x500.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)