ଭୁବନେଶ୍ବର : ଶାସ୍ତ୍ରୀୟ ବାଦ୍ୟଯନ୍ତ୍ରର ଯୁଗଳବନ୍ଦୀ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରୁଥିଲା। ଗୁରୁ ସଚ୍ଚିଦାନନ୍ଦ ଦାସ ଓ ଗୁରୁ କୁଳମଣି ସାହୁଙ୍କ ଯୁଗଳବନ୍ଦୀରେ ମର୍ଦ୍ଦଳ ଓ ତବଲା ବାଦନ ପରିବେଶରେ ଆଧ୍ୟାତ୍ମିକତା ଭରି ଦେଇଥିଲା। ପରେ ପରେ ଓଡ଼ିଶୀ, କଥକ ଆଦି ଶାସ୍ତ୍ରୀୟ ନୃତ୍ୟ ମନୋରଞ୍ଜନର ଖୋରାକ ଯୋଗାଇଥିଲା। ଅବସର ଥିଲା ‘ସୁରଭି’ ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠିତ ୧୭ତମ ‘ଏକାମ୍ର ନୃତ୍ୟ ମହୋତ୍ସବ’ର ୨ୟ ସନ୍ଧ୍ୟା। ଜୟଦେବ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଆଜି ସନ୍ଧ୍ୟାରେ ନୃତ୍ୟଶିଳ୍ପୀ ଅର୍ପିତା ସାମଲ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଏହାପରେ ନୂଆଦିଲ୍ଲୀର ନୃତ୍ୟଶିଳ୍ପୀ ଗୁରୁ ଜୟନ୍ତ କସ୍ତୁରୀ କଥକ ପରିବେଷେଣ କରିଥିଲେ। ଶେଷ ପ୍ରସ୍ତୁତି ଥିଲା ସୁରଭି ଅନୁଷ୍ଠାନର ନୃତ୍ୟଶିଳ୍ପୀଙ୍କ ଦ୍ବାରା ଓଡ଼ିଶୀ ନୃତ୍ୟ ପରିବେଷଣ। କାର୍ଯ୍ୟକ୍ରମରେ ଅତିଥିଭାବେ ଦୂରଦର୍ଶନର ପୂର୍ବତନ ନିର୍ଦ୍ଦେଶକ ଏ. ମହେଶ୍ବର ରାଓ, ନୂଆଦିଲ୍ଲୀର ଆୟକର ବିଭାଗ ଅତିରିକ୍ତ ସଚିବ ଶତରୂପା ମିଶ୍ର, ଗୁରୁ ସଙ୍ଗୀତା ଗୋସାଇଁ, ଓଡ଼ିଶୀ ନୃତ୍ୟଗୁରୁ ଦୁର୍ଗାଚରଣ ରଣବୀର, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ସଚିବ ବିଜୟ କୁମାର ଜେନା ଓ ପାଲା ଗାୟକ ସୁରେନ୍ଦ୍ରନାଥ ଛୋଟରାୟ ପ୍ରମୁଖ ଯୋଗ ଦେଇଥିଲେ। ଅନୁଷ୍ଠାନ ସଭାପତି ଗୁରୁ ପୀତାମ୍ବର ବିଶ୍ବାଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଗୁରୁ ଜୟନ୍ତ କସ୍ତୁରୀଙ୍କୁ ‘ଧୀରେନ୍ଦ୍ର ନାଥ ପଟ୍ଟନାୟକ ସ୍ମୃତି ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ମେଘନା ମହାନ୍ତି, କେନିଶା ତାଣ୍ତୱାଲିଆ, ପ୍ରତୀକ୍ଷା ମହାନ୍ତି ଓ ଅନିଶା ନାଥ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ସ˚ଯୋଜନା କରିଥିଲେ ବିଶ୍ବଜିତ୍ ବଳିୟାରସି˚ହ।
‘ଏକାମ୍ର ନୃତ୍ୟ ମହୋତ୍ସବ’ର ୨ୟ ସନ୍ଧ୍ୟା : ମନ ମୋହିଲା ମର୍ଦ୍ଦଳ-ତବଲା ଯୁଗଳବନ୍ଦୀ
/sambad/media/post_attachments/wp-content/uploads/2019/05/m58-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)