ଏକାମ୍ର ଶିଶୁ ସାହିତ୍ୟ ସଂସଦର ବିଶେଷ ଉତ୍ସବ

‘ଭିନ୍ନ ଏକ ମଣିଷ’ ଲୋକାର୍ପିତ

ଭୁବନେଶ୍ୱର: ଏକାମ୍ର ଶିଶୁ ସାହିତ୍ୟ ସଂସଦ ପକ୍ଷରୁ କବିତା ଆସର ଆୟୋଜିତ ହେବା ସହ ‘ଭିନ୍ନ ଏକ ମଣିଷ’ ପୁସ୍ତକ ଲୋକାର୍ପିତ ହୋଇଯାଇଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁସ୍ତକର ଲୋକାର୍ପଣ କରିଥିଲେ। ଶିଶୁ ସାହିତ୍ୟିକ ତଥା ଶିକ୍ଷାବିତ୍‌ ଡ. ଶରତ କୁମାର ବିଶ୍ୱାଳଙ୍କ ଅବଦାନ ବିଷୟରେ ୮୪ ଜଣ ବିଶିଷ୍ଟ ଲେଖକଙ୍କ ମତାମତକୁ ନେଇ ସଂସଦ ‘ଭିନ୍ନ ଏକ ମଣିଷ’ ପୁସ୍ତକ ପ୍ରସ୍ତୁତ କରିଛି। ଏହି ଅବସରରେ ପ୍ରଫେସର ବୈଷ୍ଣବ ଚରଣ ସାମଲ ଶିଶୁ ସାହିତ୍ୟର ବିଭିନ୍ନ ଦିଗ ସମେତ ଡ. ବିଶ୍ୱାଳଙ୍କ ଉପରେ ଲିଖିତ ପୁସ୍ତକ ସମ୍ପର୍କରେ ସମୀକ୍ଷା କରିଥିଲେ। ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ଶିଶୁ ସାହିତ୍ୟର ବିଭିନ୍ନ ମହତ୍ତ୍ୱପୂର୍ଣ୍ଣ ଦିଗ ସମ୍ବନ୍ଧରେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ ମୁଖ୍ୟ ଉପଦେଷ୍ଟା ଡ. ଦିଗରାଜ ବ୍ରହ୍ମା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ମାହାଙ୍ଗାର ପୂର୍ବତନ ବିଧାୟକ ଓ ଅହିଂସା ବିଚାର ମଞ୍ଚର ସଭାପତି ବିକ୍ରମ କେଶରୀ ବର୍ମା ସଭାରେ ଅଧ୍ୟକ୍ଷତା କରିଥିଲେ। ପ୍ରାରମ୍ଭରେ ଅନୁଷ୍ଠିତ ଶିଶୁ କବିତା ଆସରକୁ ସଂଯୋଜନା କରିଥିଲେ ଶରତ କୁମାର ନାୟକ, ବିଜୟଲକ୍ଷ୍ମୀ ମହାନ୍ତି ଓ ହରିପ୍ରିୟା ପଟ୍ଟନାୟକ। ସହଦେବ ପଣ୍ଡା ଓ ପ୍ରକାଶ ମଙ୍ଗରାଜ ମଞ୍ଚ ପରିଚାଳନା କରିଥିଲେ। ସଂସଦର ଉପସଭାପତି ଡ. ଅର୍ଜୁନ ଚରଣ ବିଶ୍ୱାଳ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର