ଭୁବନେଶ୍ୱର : ଓଡ଼ିଶାରେ ସଦ୍ୟ ସମାପ୍ତ ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନରେ ଭଲ ଖବର ପ୍ରକାଶ କରିଥିବା ଗଣମାଧ୍ୟମକୁ ନିର୍ବାଚନ କମିସନ ପୁରସ୍କୃତ କରିବେ। ଏଥିପାଇଁ ଆବେଦନ କରିବାକୁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରିଣ୍ଟ୍‌, ଇଲେକ୍ଟ୍ରୋନିକ୍‌ସ୍‌, ସୋସିଆଲ ମିଡିଆ ଓ ରେଡିଓ ଗଣମାଧ୍ୟମ ବର୍ଗର ୪ଟି ସଂସ୍ଥାକୁ ପୁରସ୍କୃତ କରାଯିବ। ଏଥିପାଇଁ ଚଳିତ ମାସ ୨୦ ତାରିଖ ସୁଦ୍ଧା ଆବେଦନ କରିବାକୁ ଦିନ ଧାର୍ଯ୍ୟ କରାଯାଇଛି।

Advertisment

ଆବେଦନକାରୀ ଗଣମାଧ୍ୟମ ସଂସ୍ଥା ଉପନିର୍ବାଚନରେ ପ୍ରକ୍ରିୟାରେ ଉଲ୍ଲେଖନୀୟ ଖବର ପ୍ରକାଶନ ସମ୍ବଳିତ ପ୍ରମାଣ ସହ ଆବେଦନ କରିବାକୁ ପଡ଼ିବ। ପ୍ରତ୍ୟେକ ଆବେଦନକୁ ନିର୍ବାଚନ କମିସନଙ୍କ ପକ୍ଷରୁ ନିଯୁକ୍ତ କମିଟି ଅନୁଧ୍ୟାନ କରି ଗୋଟିଏ ଲେଖାଏଁ ସଂସ୍ଥାକୁ ପୁରସ୍କାର ପ୍ରଦାନ ପାଇଁ ଚୟନ କରିବେ। ଏହି ପୁରସ୍କାର ଆସନ୍ତାବର୍ଷ ଜାନୁଆରି ୨୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଭୋଟର ଦିବସରେ ପ୍ରଦାନ କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।