କଳିଙ୍ଗ ପୁସ୍ତକ ମେଳା କମିଟିର ନୂଆ କର୍ମକର୍ତ୍ତା

ଭୁବନେଶ୍ବର: ‘କଳିଙ୍ଗ ପୁସ୍ତକ ମେଳା’ ଚଳିତ ବର୍ଷ ୨୫ ବର୍ଷ ପୂର୍ତ୍ତି ପାଳନ ଉପ‌ଲକ୍ଷେ ରୌପ୍ୟ ଜୟନ୍ତୀ ପାଳନ କରିବାକୁ ଯାଉଛି। ଏହି ଅବସରରେ ପୁସ୍ତକ ମେଳା କମିଟିର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। କମିଟିର କାର୍ଯ୍ୟକାରୀ ସଭାପତି ଭାବେ ବିଜୟା ମିଶ୍ରଙ୍କୁ ଚୟନ କରାଯାଇଛି। ଯୁଗ୍ମ ସମ୍ପାଦିକା ଭାବେ ସୁନନ୍ଦା ପଣ୍ଡା ମିଶ୍ର, ‌ସମ୍ପାଦିକା ଭାବେ ରେଣୁକା ମିଶ୍ର, ଉପସଭାପତି ଭାବେ ଅଞ୍ଜଳି ତ୍ରିପାଠୀ ଓ ସୁଚେତା ରାଉତରାୟଙ୍କୁ ଦାୟିତ୍ବ ଦିଆଯାଇଛି।

ଆସନ୍ତା ଅକ୍ଟେବାର ୨୮ରୁ ନଭେମ୍ବର ୬ ପର୍ଯ୍ୟନ୍ତ ୧୦ ଦିନବ୍ୟାପୀ ପ୍ରଦର୍ଶନୀ ପଡ଼ିଆରେ ପାଳନ କରିବା ପାଇଁ ପ୍ରସ୍ତୁତି ଏବେଠୁ ଆରମ୍ଭ ହୋଇଗଲାଣି। ଏହି ଅବସରରେ ପୁସ୍ତକ ମେଳା ସହ ଜଡିତ ସମସ୍ତ ପୁରାତନ ଓ ନୂତନ କର୍ମକର୍ତ୍ତା ଏବଂ ସଦସ୍ୟ ସଦସ୍ୟାମାନେ ଅନୁଷ୍ଠାନର ସଫଳତା ପାଇଁ କରି ଆସୁଥିବା କାର୍ଯ୍ୟ ପାଇଁ ସମ୍ପାଦିକା ଶ୍ରୀମତୀ ମିଶ୍ର ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଉଲ୍ଲେଖଥାଉକି, ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ଗୀତା ହୋତା ଅସୁସ୍ଥ ଥିବାରୁ ଶ୍ରୀମତି ମିଶ୍ରଙ୍କୁ ଏହି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦିଆଯାଇଛି। ଏହି ପୁସ୍ତକ ମେଳା ଦେଶର ଏକମାତ୍ର ମେଳା ଯାହା‌ କେବଳ ମହିଳାଙ୍କ ଦ୍ବାରା ଦୀର୍ଘ ୨୫ବର୍ଷ ହେବ ଆୟୋଜିତ ହୋଇ ଆସୁଛି।

ସମ୍ବନ୍ଧିତ ଖବର