ରାସ୍ତାକୁ ଓହ୍ଲାଇଲେ ବିଦ୍ୟୁତ କର୍ମଚାରୀ

ଜେଏଫ୍‌ଇଇଇର ବିଶାଳ ପ୍ରତିବାଦ ଶୋଭାଯାତ୍ରା

ଭୁବନେଶ୍ୱର: ଜଏଣ୍ଟ ଫୋରମ୍‌ ଅଫ୍‌ ଓଡ଼ିଶା ଇଲେକ୍ଟ୍ରିସିଟି ଏମ୍ପ୍ଲଇଜ୍‌ ଆଣ୍ଡ୍‌ ଇଞ୍ଜିନିୟରସ୍‌ (ଜେଏଫ୍‌ଇଇଇ) ନେତୃତ୍ୱରେ ଓଡ଼ିଶା ବିଦ୍ୟୁତ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀମାନେ ଆଜି ମାଷ୍ଟରକ୍ୟାଣ୍ଟିନ ଛକରୁ ବିଶାଳ ଶୋଭାଯାତ୍ରାରେ ଆସି ଲୋୟର ପିଏମ୍‌ଜିଠାରେ ପ୍ରତିବାଦ ସଭା କରିଥିଲେ। ଜରୁରୀକାଳୀନ ବିଦ୍ୟୁତ ସେବା ପ୍ରଦାନ କରୁଥିବା ବିଦ୍ୟୁତ କର୍ମଚାରୀ ଓ ଇଞ୍ଜିନିୟରମାନଙ୍କ ପାଇଁ ସ୍ୱତନ୍ତ୍ର ବେତନ ହାର ପ୍ରଚଳନ ଓ ଅନ୍ୟାନ୍ୟ ଦାବିିରେ ନ୍ୟାସନାଲ କୋ-ଅର୍ଡିନେସନ୍‌ କମିଟି ଅଫ୍‌ ଇଲେକ୍ଟ୍ରିସିଟି ଏମ୍ପ୍ଲଇଜ୍‌ ଆଣ୍ଡ୍‌ ଇଞ୍ଜିନିୟର୍ସ୍‌ ଆହ୍ଵାନରେ ସର୍ବ ଭାରତୀୟସ୍ତରରେ ସମସ୍ତ ରାଜ୍ୟ ରାଜଧାନୀରେ ହେଉଥିବା ପ୍ରତିବାଦକୁ ସମର୍ଥନ କରି ଏହି ପ୍ରତିବାଦ ସଭା ଆୟୋଜିତ ହୋଇଥିଲା। ପ୍ରତିବାଦ ସଭାରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିବା ଘରୋଇକରଣ ଓ ଫ୍ରାଞ୍ଚାଇଜ୍‌ ବିଷୟରେ ଶ୍ୱେତପତ୍ର ପ୍ରକାଶ କରି ବିଦ୍ୟୁତ ସଂସ୍ଥା ଆଇନର ୫ ଦଫା ଦାବି ଉପସ୍ଥାପନ କରାଯାଇଥିଲା। କର୍ମଚାରୀ ଓ ଇଞ୍ଜିନିୟର୍‌ମାନେ େଓ୍ଵସ୍‌କୋ, ନେସ୍କୋ, ସାଉଥ୍‌କୋ, ସେସୁ ଓ ଓପିଟିସିଏଲ୍‌ ସଂସ୍ଥାକୁ ମିଶାଇ ସେସୁ ଲିମିଟେଡ୍‌ ଗଠନ କରିବା ଓ ନେସ୍କୋ ଜନସ୍ୱାର୍ଥ ବିରୋଧୀ ବିଦ୍ୟୁତ ଡିଲ୍‌ ୨୦୧୪କୁ ସଂସଦରେ ବିରୋଧ କରିବା ସହିତ ଅନ୍ୟ ୧୬ ଦଫା ଦାବି ପୂରଣ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ସେହିପରି କେନ୍ଦ୍ରୀୟ ବିଦ୍ୟୁତ ଆଇନର ୨୦୧୩ରୁ ସମୀକ୍ଷା, ବିଦ୍ୟୁତ ବିଲ୍‌ ୨୦୧୪ର ପ୍ରତ୍ୟାହାର, ଠିକା ଶ୍ରମିକଙ୍କୁ ସ୍ଥାୟୀ ନିଯୁକ୍ତି, ସମାନ କାମକୁ ସମାନ ଦରମା ଓ ବିଦ୍ୟୁତ ବ୍ୟବହାରକୁ ମୌଳିକ ଅଧିକାରଭୁକ୍ତ କରିବା ଆଦି ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ଏହି ବିଶାଳ ଶୋଭାଯାତ୍ରା ଓ ପ୍ରତିବାଦ ସଭାରେ ସମସ୍ତ ଇଞ୍ଜିନିୟର ସଂଘ, ଡିପ୍ଲୋମା ଇଞ୍ଜିନିୟର ସଂଘ, ଅର୍ଥ ଅଫିସର ସଂଘ, ଏଆଇଟିୟୁସି, ସିଆଇଟିୟୁ, ଆଇଏନ୍‌ଟିୟୁସି, ଏଆଇୟୁଟିୟୁସି ସଂଲଗ୍ନ ୟୁନିୟନ୍‌ ଓ ଅନ୍ୟ ସ୍ୱତନ୍ତ୍ର ୟୁନିୟନମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର