ଖଣ୍ଡଗିରି: ରାଜଧାନୀର ବଢ଼ୁଥିବା ଲୋକ ସଂଖ୍ୟା ଓ ଲୋକଙ୍କ ଅସୁବିଧାକୁ ନଜରରେ ରଖି କଳିଙ୍ଗନଗର ରେଗାଲିଆ ଛକରେ ଓଭରବ୍ରିଜ୍ କରାଗଲା। କିନ୍ତୁ ଓଭରବ୍ରିଜ ତଳେ ସର୍ଭିସ୍ ରୋଡ୍ ଏବେ ଲୋକଙ୍କ ଚିନ୍ତା ବଢ଼ାଇଲାଣି। ସର୍ଭିସ୍ ରୋଡ୍ ମଝିରେ ରହିଥିବା ବିଜୁଳି ଖମ୍ବ ଉଠାଯାଉନଥିବାରୁ ଏବେ ସାଧାରଣ ଲୋକେ ହଇରାଣ ହେଉଛନ୍ତି।
କଳିଙ୍ଗବିହାର ଛକଠାରୁ ଔଷଧୀୟ ଜ୍ଞାନକେନ୍ଦ୍ର ପର୍ଯ୍ୟନ୍ତ ସର୍ଭିସ୍ ରୋଡ୍ ମଝିରେ ୨ଟି ବିଜୁଳି ଖୁଣ୍ଟ ରହିଛି। ପ୍ରତିଦିନ ଏହି ବିଜୁଳି ଖୁଣ୍ଟ ପାଇଁ ଲୋକେ ଛୋଟବଡ଼ ସଡ଼କ ଦୁର୍ଘଟଣାର ଶିକାର ହେଉଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଏହି ବିଜୁଳି ଖମ୍ବ ପାଇଁ ସର୍ଭିସ୍ ରୋଡ୍ର ଚଉଡ଼ା କମି ଯାଇଛି। ଗତ ୨ ମାସ ଭିତରେ ୫ ଜଣ ଏଠାରେ ଦୁର୍ଘଟଣାର ଶିକାର ହେଲେଣି। ଏହାକୁ ଉଠାଇବାକୁ ନେଇ ସ୍ଥାନୀୟ ଲୋକେ ବାରମ୍ବାର କର୍ତ୍ତୃପକ୍ଷଙ୍କ ଦ୍ବାରସ୍ଥ ହୋଇଥିଲେ ହେଁ କେହି କର୍ଣ୍ଣପାତ କରୁନାହାନ୍ତି। ଏନ୍ଏଚ୍ଏଆଇ ଓ ବିଜୁଳି ବିଭାଗ ତୁରନ୍ତ ଏଦିଗରେ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/44-6.jpg)