ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘ ଓ ଓଏସ୍ଇବି ଶ୍ରମିକ ମହାସଂଘର ଏକ ଜରୁରୀକାଳୀନ ବୈଠକ ବଡ଼ଗଡ଼ସ୍ଥିତ ଇଲେକ୍ଟ୍ରିକାଲ ସେକସନ ଅଫିସ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆସନ୍ତା ୮ ତାରିଖରେ ବିଦ୍ୟୁତ ଶ୍ରମିକମାନଙ୍କ ତରଫରୁ ହେବାକୁ ଥିବା ଧର୍ମଘଟ ବିଷୟରେ ଆଲୋଚନା କରାଯାଇଥିଲା। ବୈଷୟିକ ଓ ପ୍ରଶାସନିକ କର୍ମଚାରୀମାନଙ୍କ ଦରମା ବୃଦ୍ଧି, ମୃତ ଶ୍ରମିକମାନଙ୍କ ପରିବାରଙ୍କୁ ସ୍ଥାୟୀ ଚାକିରି ପରି ୨୧ ଦଫା ଦାବି ନେଇ ଏହି ଧର୍ମଘଟ ହେବ। ୭ ତାରିଖ ସୁଦ୍ଧା ଦାବି ପୂରଣ ନ ହେଲେ ୮ ତାରିଖରେ କର୍ମଚାରୀମାନେ ଧର୍ମଘଟକୁ ଓହ୍ଲାଇବେ ବୋଲି ମହାସଂଘର ସଭାପତି ପ୍ରଶାନ୍ତ କୁମାର ମହାପାତ୍ର ପ୍ରକାଶ କରିଛନ୍ତି। ଏଥିରେ ମହାସଂଘର ସହସଂପାଦକ ସଞ୍ଜୀବ ପ୍ରସାଦ ବେହେରା, କୋଷାଧ୍ୟକ୍ଷ କପିଳାସ ମହାରଣା, ଓଡ଼ିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାର ସଂଘର ଯୁଗ୍ମ ସଂପାଦକ ନିରଞ୍ଜନ ମହାଲିକ, ମୁଖ୍ୟ ସଂଗଠନ ସମ୍ପାଦକ ରଘୁନାଥ, ବିପିନ କୁମାର ସେଠୀ, ଧିରେନ ସାହୁ, ସୂର୍ଯ୍ୟନାରାୟଣ ଦାସ, ନରେଶ ତ୍ରିପାଠୀ, ଅକ୍ଷୟ ନାୟକ, ଏସ ଜଗାରାଓ, ଦିଲ୍ଲୀପ କୁମାର ସାହୁ ଓ ରବିନ କୁମାର ପ୍ରମୁଖ ଉପସ୍ଥିତ ଥିଲେ।
୮ରେ ବିଦ୍ୟୁତ ଶ୍ରମିକଙ୍କ ଧର୍ମଘଟ
/sambad/media/post_attachments/wp-content/uploads/2018/06/m3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)