ଲିଭିଲେ ଜଳୁନାହିଁ, ଜଳିଲେ ଲିଭୁନାହିଁ

ଭୁବନେଶ୍ବର : କିଛିଦିନ ହେଲା ଭୁବନେଶ୍ବର ବରମୁଣ୍ତା ଗାଁରେ ଷ୍ଟ୍ରିଟ୍‌ ଲାଇଟ୍‌ଗୁଡ଼ିକ ଚବିଶ ଘଣ୍ଟା ଜଳି ରହୁଛି। ବାତ୍ୟା ସମୟରେ ଏହି ଲାଇଟ୍‌ ଗୁଡ଼ିକ ଜଳୁନଥିଲା। ଦୀର୍ଘଦିନ ପର୍ଯ୍ୟନ୍ତ ଲାଇଟ୍‌ଗୁଡ଼ିକ ନ ଜଳିବାରୁ ସେନେଇ ‘ସମ୍ବାଦ’ରେ ସ୍ଥାନୀୟ ଲୋକଙ୍କ ଦାବି କଥା ପ୍ରକାଶିତ ହୋଇଥିଲା। ଏହାପରେ ଲାଇଟ୍‌ଗୁଡ଼ିକ ମରାମତି କରାଯିବା ପରେ ଏହା କାର୍ଯ୍ୟକ୍ଷମ ହୋଇଥିଲା। କିନ୍ତୁ ବର୍ତ୍ତମାନ ସମସ୍ୟା ଏୟା ଯେ ଲାଇଟ୍‌ଗୁଡ଼ିକ ଦିନରାତି ଜଳୁଛି। ଫନି ସମୟରେ ବିଦ୍ୟୁତ୍‌ ବିନା ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା ବେଳେ ବିଦ୍ୟୁତ୍‌ କର୍ମଚାରୀଙ୍କ ଏ ପ୍ରକାରର ଅବହେଳା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ସେସୁ ଏବ˚ ବିଏମସି ମଧ୍ୟରେ ସର୍ବନିମ୍ନ ସମନ୍ବୟ ନଥିବାରୁ ଏହି ସମସ୍ୟା ଦେଖାଦେଉଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର