ବାଲିପାଟଣା: ପିପିଲି ସବ୍ଡିଭିଜନର ବିଦ୍ୟୁତ୍ କର୍ମଚାରୀ ବକେୟା ବିଲ୍ ଆଦାୟ କରିବାକୁ ବାଲିପାଟଣା ଥାନା ଅନ୍ତର୍ଗତ ମୁକୁନ୍ଦଦାସପୁରକୁ ଆସିଥିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି। ଲାଇନ୍ କାଟିବା ପାଇଁ କୁହାଯିବାରୁ ବିଦ୍ୟୁତ୍ କର୍ମଚାରୀଙ୍କୁ ଉପଭୋକ୍ତାଙ୍କ ପରିବାର ସଦସ୍ୟ ବାଉଁଶରେ ନିର୍ଘାତ ପିଟିଛନ୍ତି। ଏହାର ଭିଡିଓ ମଧ୍ୟ ଭାଇରାଲ୍ ହେବାରେ ଲାଗିଛି। ପରେ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା ବେଳେ ପୁଲିସ୍ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।
ସୂଚନା ଅନୁସାରେ, ମୁକୁନ୍ଦଦାସପୁରରେ ଏକାଧିକ ବିଲ୍ ବକେୟା ଥିବାରୁ ପିପିଲି ବିଦ୍ୟୁତ୍ ବିଭାଗର ଡିସି ମୁଖ୍ୟ ଅବସରପ୍ରାପ୍ତ ସେନା କର୍ମଚାରୀ ପଦ୍ମଚରଣ ପ୍ରଧାନଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ୍ ସ୍ଥିତି ଯାଞ୍ଚ କରିବାକୁ ପହଞ୍ଚିଥିଲା। ଗ୍ରାମକୁ ପ୍ରବେଶ ବାଟରେ ସ୍ଥାନୀୟ ୱାର୍ଡ ସଭ୍ୟ ମହମ୍ମଦ ସାମ୍ସୁଦ୍ଦିନ୍ ଓରଫ ବାଦ୍ଶାହଙ୍କ ଘର ପଡ଼ିଥିଲା। ବାଦ୍ଶାହଙ୍କ ଘରର ମଧ୍ୟ ୩ ମାସର ବିଲ୍ ବାକି ପଡ଼ିଛି। ଏଥିପାଇଁ ବିଦ୍ୟୁତ୍ ଟିମ୍ ପ୍ରଥମେ ତାଙ୍କ ଘର ପାଖରେ ଅଟକିଥିଲା । ବାଦ୍ଶାହଙ୍କ ଘରକୁ ହୁକ ପକାଯାଇ ଅନ୍ୟଏକ ବିଦ୍ୟୁତ୍ ସଂଯୋଗ ହୋଇଥିବା ଦେଖାଯାଇଥିଲା। ବିଲ୍ ଆଦାୟ ଓ ମିଟର୍ ରିଡିଂ ଟିମ୍ର ଏମ୍ବିସି ରାଜେଶ ସାହୁ ବକେୟା ବିଲ୍ ମାଗିବା ସହ ଖୁଣ୍ଟରୁ ଲାଇନ୍ କାଟିବାକୁ ସାଥୀ କର୍ମଚାରୀଙ୍କୁ କହିଥିଲେ। ଏହି ସମୟରେ ବାଦ୍ଶାହ ଓ ରାଜେଶଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ପରେ ଉତ୍କ୍ଷିପ୍ତ ହୋଇ ବାଦ୍ଶାହ ପାଖରେ ପଡ଼ିଥିବା ଏକ ବାଉଁଶ ଫାଳିଆରେ ରାଜେଶଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ପରିବାର ଲୋକେ ବାରଣ କରିଥିଲେ ମଧ୍ୟ ବାଦ୍ଶାହ ଅଟକି ନଥିଲେ। ପରେ ତାଙ୍କୁ ପରିବାର ଲୋକେ ଘରକୁ ନେଇଯାଇଥିଲେ।
ବିଦ୍ୟୁତ୍ ଟିମ୍ ସେଠାରୁ ଫେରିଆସିଲା। ତେବେ ଏହି ଘଟଣାକୁ ନେଇ ଉଭୟ ପକ୍ଷରୁ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୁଲିସ୍ ଗୋଟିଏ ମାମଲା ରୁଜୁ କରି ଜଣଙ୍କୁ ଅଟକ ରଖିବା ସହ ତଦନ୍ତ ଚଳାଇଥିବା ଆଇଆଇସି ସୂର୍ଯ୍ୟାଂଶୁ ଶେଖର ପାଢ଼ୀ କହିଛନ୍ତି। ତେବେ ଆକ୍ରମଣକାରୀ ଫେରାର୍ ଥିବା ପୁଲିସ୍ ସୂତ୍ରରୁ ଜଣାପଡ଼ିଛି। ଅନ୍ୟପଟେ ବିଦ୍ୟୁତ୍ କର୍ମଚାରୀଙ୍କୁ ଆକ୍ରମଣ ଘଟଣାକୁ ବାଲିପାଟଣା ବିଦ୍ୟୁତ୍ ବିଭାଗ ମୁଖ୍ୟଯନ୍ତ୍ରୀ ଆଲୋକ ମିତ୍ର ଓ କର୍ମଚାରୀ ନିନ୍ଦା କରିବା ସହ ପୁଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।
ବିଦ୍ୟୁତ୍ କର୍ମଚାରୀଙ୍କୁ ନିର୍ଘାତ ମାଡ଼
ପିପିଲି ସବ୍ଡିଭିଜନର ବିଦ୍ୟୁତ୍ କର୍ମଚାରୀ ବକେୟା ବିଲ୍ ଆଦାୟ କରିବାକୁ ବାଲିପାଟଣା ଥାନା ଅନ୍ତର୍ଗତ ମୁକୁନ୍ଦଦାସପୁରକୁ ଆସିଥିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି। ଲାଇନ୍ କାଟିବା ପାଇଁ କୁହାଯିବାରୁ ବିଦ୍ୟୁତ୍...
/sambad/media/media_files/2025/07/08/asdfghbvcxz-2025-07-08-05-42-34.jpg)