ବିଜୁଳି ସଂଯୋଗ କେଉଁଠି କେବେ

ବିଜୁଳି ସଂଯୋଗ କେବେ ଆସିବ ଲୋକେ ଚାହିଁ ବସିଛନ୍ତି। ବିଭାଗ ନିର୍ଦ୍ଦିଷ୍ଟ ସମୟରେ ନିର୍ଦ୍ଦଷ୍ଟ ଜାଗାରେ ସଂଯୋଗ ଦେବାପାଇଁ ଘୋଷଣା କରୁଛି। ହେଲେ ଧାର୍ଯ୍ୟ ସମୟରେ ସଂଯୋଗ ପହଞ୍ଚାଇ ପାରୁନାହିଁ। ଫଳରେ ବିଭାଗୀୟ ଅଧିକାରୀ ଭାଣ୍ଡିଆ ହେଉଛନ୍ତି। ତଥାପି ବିଭାଗ ଯୋଜନା କରୁଛି। କେଉଁଠି କେବେ ସଂଯୋଗ ଦିଆଯିବ ସେ ନେଇ ସେସୁ ପୁଣି ଏକ ଯୋଜନା ପ୍ରସ୍ତୁତ କରିଛି। ଯୋଜନା ମୁତାବକ, ୮ ତାରିଖ (ଆଜି ରାତି) ସୁଦ୍ଧା ରସୁଲଗଡ଼, କଳ୍ପନା, ବ୍ରହ୍ମେଶ୍ବର, ଲିଙ୍ଗରାଜ(୫୦ ପ୍ରତିଶତ ଅଞ୍ଚଳ), ବିଜେବି ନଗର, ରାଜାରାଣୀ ମାଉସୀମା’, ବଡ଼ଗଡ଼, ୱାଟର ୱାର୍କସ୧ ଓ ୨(ଆଂଶିକ), ପୋଖରୀପୁଟ୍‌, ଭୀମଟାଙ୍ଗି(କିଛିଅଂଶ) ରହିଛି। ବାକି ଅଂଶ ୧୦ରୁ ୧୧ ତାରିଖ ମଧ୍ୟରେ ସମ୍ପୂର୍ଣ୍ଣ ‌ହେବ ବୋଲି କୁହାଯାଇଛି। କୌଶଲ୍ୟା ଗଙ୍ଗ, ସରଦେଈପୁର, ଧଉଳି ଓ କେଇସି ପ୍ରଭୃତି ଅଞ୍ଚଳରେ ୧୫ ଦିନ ଲାଗିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ସେହିଭଳି ମଞ୍ଚେଶ୍ବର ଫିଡର୍‌ ୧ ଓ ୨ରେ ୧୦ରୁ ୧୩ ତାରିଖ ମଧ୍ୟରେ ଲାଇନ୍‌ ଆସିବ। ଫିଡର ୩ରେ ଟେଷ୍ଟ ସରିଥିବାରୁ ଯେକୌଣସି ମୁହୂର୍ତ୍ତରେ ଆସିପାରେ। ଭିଏସ୍‌ଏସ୍‌ ନଗରରେ ୯ତାରିଖ ସୁଦ୍ଧା କିଛି ଅଂଶ ଆସିବାକୁ ଥିବା ବେ‌ଳେ ବାକି ଅଂଶ ୧୮ ସୁଦ୍ଧା ଆସିବାକୁ ଯୋଜନା ହୋଇଛି। ସେହିଭଳି କଳ୍ପନା-୧ ଓ ୨, ଓ ଝାରପଡ଼ାରେ ଟେଷ୍ଟ ସରିଥିବାରୁ ଯେ କୌଣସି ସମୟରେ ଲାଇନ୍‌ ଆସିପାରେ। ଏସ୍‌ବିଆଇ କଲୋନିରେ ୩୦ ପ୍ରତିଶତ ୮ ତାରିଖ ସୁଦ୍ଧା ଆସିବାକୁ ଥିବା ବେଳେ ବାକି ୭୦% ୧୧ ତାରିଖ ସୁଦ୍ଧା ଆସିବାକୁ ଯୋଜନା ରହିଛି। ଡିପିଏସ୍‌ରେ ୧୧ ତାରିଖ, ସାଇରେ ୧୨ ତାରିଖ, ଗୋବିନ୍ଦପୁରରେ ୧୩ ତାରିଖ, ତ୍ରିନାଥ ବଜାର, ପାହାଳ, ଭିଙ୍ଗାରପୁର ଓ ଗଙ୍ଗେଶ୍ବର ୧୪ ତାରିଖ, ନହରକଣ୍ଟା, ବାଲିଅନ୍ତା, ଅଟଳାରେ ୧୫ ତାରିଖ ସୁଦ୍ଧା ଲାଇନ୍‌ ଆସିବାକୁ ଧାର୍ଯ୍ୟ ହୋଇଛି।

ସମ୍ବନ୍ଧିତ ଖବର