ବାରଙ୍ଗ : ଚନ୍ଦକା ଅଭୟାରଣ୍ୟର ଏକ ଜଙ୍ଗଲି ଦନ୍ତା ହାତୀ ମାତିଛି। ଗତକାଲି ରାତିରେ ଭୋଳା ଗ୍ରାମର ପ୍ରେମା ଚେମୀ ନାମକ ନିଃସହାୟ ବିଧବା ମହିଳାଙ୍କର ଦୁଇ ବଖରା ଚାଳଘର ଭାଙ୍ଗିଛି। ହେଲେ ସେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ମହିଳା ଜଣକ ଘର ଭିତରେ ଶୋଇଥିଲେ। ମଧ୍ୟରାତ୍ରିରେ ଘର ପଛ ପଟରୁ ଆସି ଜଙ୍ଗଲୀ ଦନ୍ତା ହାତୀ ଚାଳ ଓଟାରି ଭାଙ୍ଗିଥିଲା। ସେ ପ୍ରାଣ ବିକଳରେ କବାଟ ଖୋଲି ଆଗ ପଟେ ବାହାରି ଚାଲିଯାଇଥିଲେ। ପରେ ହାତୀ ଘରର ମାଟି କାନ୍ଥକୁ ଭାଙ୍ଗିବା ପରେ ଭିତରେ ପଶି ଭଙ୍ଗାରୁଜା କରିଥିଲା। ମହିଳା ଜଣକ ଗ୍ରାମ ଲୋକଙ୍କୁ ଡାକି ପହଞ୍ଚିବା ବେଳକୁ ତାଙ୍କ ଦୁଇ ବଖରା ଘରକୁ ଭାଙ୍ଗି ମାଟିରେ ମିଶାଇ ଚାଲିଯାଇଥିଲା। ମହିଳାଙ୍କର ଘର ଓ ଭିତରେ ଥିବା ଆସବାବପତ୍ର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ତାଙ୍କୁ ସରକାରୀ କ୍ଷତିପୂରଣ ଦେବା ଲାଗି ଗ୍ରାମବାସୀମାନେ ଦାବି କରଛନ୍ତି। ଭୋଳା ଗ୍ରାମରେ ଜଙ୍ଘଲୀ ଦନ୍ତା ଆତଙ୍କରେ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ହାତୀ ଘଉଡ଼ାଇ ଧନଜୀବନ ସୁରକ୍ଷାର ବ୍ୟବସ୍ଥା କରିବାକୁ ଚନ୍ଦକା ବନ ବିଭାଗକୁ ନିବେଦନ କରିଛନ୍ତି। ଚନ୍ଦକା ବନ ବିଭାଗ କର୍ମଚାରୀ ଭେଳା ଗ୍ରାମକୁ ଯାଇ ସ୍ଥିତ ଅନୁଧ୍ୟାନ କରି ଫେରିଛନ୍ତି।
ବାରଙ୍ଗ : ଭୋଳାରେ ଦନ୍ତା ହାତୀ ମାତିଲା, ଘର ଭାଙ୍ଗିଲା, ଅଳ୍ପେକେ ବର୍ତ୍ତିଲେ ମହିଳା
/sambad/media/post_attachments/wp-content/uploads/2019/10/elephant-attack-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)