ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ହାତୀ ସଫାରି ମଧ୍ୟରେ ଥିବା ମାଈ ହାତୀ ବାସନ୍ତୀ(୫୫)ର ଲାଞ୍ଜରେ କ୍ଷତ ସୃଷ୍ଟି ହୋଇଥିବାରୁ ତା’ର ଚିକିତ୍ସା ଚାଲୁ ରହିଛି। କିଛି ଦିନ ତଳେ ପୁରୁଷ ହାତୀ ଚନ୍ଦନ(୯) ବାସନ୍ତୀ ଲାଞ୍ଜରେ ଦାନ୍ତ ବଜାଇ ଦେବାରୁ ଏହି କ୍ଷତ ସୃଷ୍ଟି ହୋଇଥିଲା। ତା’ର କ୍ଷତକୁ ନନ୍ଦନକାନନର ଚିକିତ୍ସକମାନେ ନିୟମିତ ଭାବେ ଡ୍ରେସିଂ କରି ଔଷଧ, ଇଂଜେକ୍ସନ୍ ଦେଇ ଚିକିତ୍ସା କରୁଛନ୍ତି। ଆଣ୍ଟିଟ୍ରେସ୍ ଓ ଭିଟାମନ୍ ଦେଇ ଚିକିତ୍ସା ଚାଲୁ ରହିଛି। ବାସନ୍ତୀର କ୍ଷତ ଧୀରେ ଧୀରେ ଶୁଖିବାରେ ଲାଗିଛି। ବାସନ୍ତୀକୁ ୨୧ବର୍ଷ ବୟସ ହୋଇଥିବା ବେଳେ ଗତ ୧୯୮୫ ମସିହାରେ ଭନ୍ଦାଲୁର ଚିଡ଼ିଆଖାନାରୁ ତାକୁ ନନ୍ଦନକାନନ ଅଣାଯାଇଥିଲା। ଚନ୍ଦନକୁ ୨୦୧୦ ଅଗଷ୍ଟ ୨୮ତାରିରେ ଚନ୍ଦକା ଅଞ୍ଚଳରୁ ଉଦ୍ଧାର କରି ନନ୍ଦନକାନନକୁ ଅଣାଯାଇଥିଲା। ଏବେ ତାକୁ ୯ ବର୍ଷ ବୟସ ହୋଇଛି। ନନ୍ଦନକାନନରେ ବର୍ତ୍ତମାନ ପ୍ରେମା, ବାସନ୍ତୀ, ଗୌରୀ, କମଳା, ଚନ୍ଦନ, ଜୁଲି, ହୀରା ଓ ମାମାକୁ ମିଶାଇ ମୋଟ ୮ଟି ହାତୀ ଅଛନ୍ତି।
ହାତୀ ବାସନ୍ତୀ ଲାଞ୍ଜରେ କ୍ଷତ
/sambad/media/post_attachments/wp-content/uploads/2019/06/Untitled-20-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)