ମେଣ୍ଢାଶାଳ: ମଳିପଡ଼ା ଓ ଗୋଠପାଟଣାରେ ଆଜି ଏକ ହାତୀପଲ ଉତ୍ପାତ କରିଛନ୍ତି। ପ୍ରାୟ ୩୦ ଏକରରୁ ଊର୍ଧ୍ବ କ୍ଷେତରେ ହୋଇଥିବା ଧାନ ଫସଲ ଖାଇବା ସହ ଅଧାରୁ ଅଧିକ ଦଳିଚକଟି ନଷ୍ଟ କରିଦେଇଛନ୍ତି। ତେବେ ଏହି ହାତୀପଲ ଜନବସତି ଆଡ଼କୁ ମାଡ଼ି ଆସିବା ଆଶଙ୍କା ଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଶେଷ ଖବର ଲେଖା ହେବା ବେଳକୁ ସ୍ଥାନୀୟ ଗାଁ ଲୋକେ ନିଆଁହୁଳା, ଟର୍ଚ ଲାଇଟ୍, ଟିଣଡବା ବାଡ଼େଇ ହାତୀ ଘଉଡ଼ାଇବାକୁ ଉଦ୍ୟମ କରୁଛନ୍ତି। ଖବର ପାଇ ବନ କର୍ମଚାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ହାତୀ ଘଉଡ଼ାଇବାକୁ ଉଦ୍ୟମ କରୁଥିବା ଜଣାଯାଇଛି। ସୂଚନାଯୋଗ୍ୟ, ରାମୁ ସହ ଏକ ହାତୀପଲ ଆଜି ସଂଧ୍ୟାରେ ସ୍ଥାନୀୟ ମଳିପଡ଼ା ଓ ଗୋଠପାଟଣାରେ ପଶିଥିଲେ। ସ୍ଥାନୀୟ ଲୋକଙ୍କ କ୍ଷେତରେ ପଶି ଫସଲ ଖାଇଯିବା ସହ ଦଳିଚକଟି ନଷ୍ଟ କରିଥିଲେ।
ମଳିପଡ଼ାରେ ହାତୀ ଆତଙ୍କ: ଫସଲ ଖାଇଲେ, ଦଳିଚକଟି ନଷ୍ଟ କଲେ
/sambad/media/post_attachments/wp-content/uploads/2020/09/dgj987d98j789j798jgjgdjdgjjjgjg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)