ମେଣ୍ଢାଶାଳ: ଦୀର୍ଘ ୩ ମାସ ଧରି ମଳିପଡ଼ା, ଅନ୍ଧାରୁଆ, ଗୋଠପାଟଣା, ପାଇକରାୟପୁର ଓ ଦାସପୁର ଅଞ୍ଚଳରେ ଦନ୍ତା ହାତୀ ରାମୁ ଆତଙ୍କ ସୃଷ୍ଟି କରିଛି। ଏହି ବିଶାଳ ଦନ୍ତାହାତୀ ଲୋକଙ୍କର ନିଦ ହଜେଇ ଦେଇଛି। ଗାଁ ଗହଳିରେ ସେ ବାଡ଼ିବଗିଚାରେ ପଶି ବ୍ୟାପକ କ୍ଷୟକ୍ଷତି ଘଟାଉଛି। ତେଣୁ ଲୋକେ ରାତି ସାରା ନିଆଁ ହୁଳା ଧରି ବୁଲୁଛନ୍ତି। ଗତକାଲି ବିଳମ୍ବିତ ରାତିରେ ସେ ମଳିପଡ଼ା ଗାଁର ମେଳଣ ପଡ଼ିଆରେ ଥିଲା। ଆଜି ଦିନତମାମ ପାଇକରାୟପୁରର ବୃଦ୍ଧାଶ୍ରମରେ ପଶି ୧୦୦ରୁ ଅଧିକ କଦଳୀ ଗଛ ଉପାଡ଼ି ନଷ୍ଟ କରି ଦେଇଥିଲା ଓ କିଛି ଲୋକଙ୍କର ପାଚେରି ଭାଙ୍ଗି ଦେଇଥିଲା। ଖବର ପାଇ ଭୁବନେଶ୍ବର ରେଞ୍ଜର ଆଦିତ୍ୟ ମିଶ୍ର ବୃଦ୍ଧାଶ୍ରମ ବଗିଚାର କ୍ଷୟକ୍ଷତି ଆକଳନ କରିଥିଲେ।
ବୃଦ୍ଧାଶ୍ରମରେ ଦନ୍ତାହାତୀ ରାମୁ ଆତଙ୍କ
/sambad/media/post_attachments/wp-content/uploads/2020/09/fhfs98h7sf98h7sf98hfshsfhsfhsfhsfhsfhfshsfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)