ଭୁବନେଶ୍ଵର: ଶିଖରଚଣ୍ଡୀ ନିକଟରେ ଥିବା ୨୦୦ଫୁଟିଆ ରୋଡରେ ଆଜି ହାତୀ ବୁଲୁଥିବାର ଦେଖିବାକୁ ମିଳିଛି। ଏହି ରାସ୍ତାରେ ହାତୀପଲ ବୁଲୁଥିବାରୁ ଅଞ୍ଚଳବାସୀଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଶିଖରଚଣ୍ଡୀ ପାହାଡ଼ କାଟିବା ପରେ ହାତୀ ଜନବସତି ଆଡ଼କୁ ବେଶି ଆସୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ହାତୀ ମାନେ ଜଙ୍ଗଲ ଓ ପାହାଡ଼ରେ ଆଶ୍ରୟ ନେଉଥିଲେ। ପାହାଡ଼ ନଷ୍ଟ ହେବା ପରେ ଏବେ ସ୍ଥାନୀୟ ଅଂଚଳରେ କିଛି ଦିନ ହେବ ତାଣ୍ଡିବ ସୃଷ୍ଟି କରୁଛନ୍ତି। ଲୋକଙ୍କ ଘର, ଦୋକାନ ଓ ପାଚେରୀ ଭାଙ୍ଗୁଥିବା ଲୋକେ କହୁଛନ୍ତି। ହାତୀପଲଙ୍କ ପାଇଁ ଜଙ୍ଗଲ ଜଳାଶୟର ବ୍ୟବସ୍ଥା ନଥିବାରୁ ପ୍ରବଳ ଖରାରେ ପାଣି ନପାଇ ହାତୀ ସହର ମୁହାଁ ହେଉଥିବା ସ୍ଥାନୀୟ ଲୋକ କହୁଛନ୍ତି।