ଚନ୍ଦ୍ରଶେଖରପୁର : ଆଜି ରାତିରେ ଭରତପୁର ଜଙ୍ଗଲରୁ ଗୋଟିଏ ହାତୀ ଅନ୍ଧାରୁଆ ଓ ତା’ର ଆଖପାଖ ଗ୍ରାମାଞ୍ଚଳରେ ପଶିଛି। ଏନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ କୋକୁଆଭୟ ଦେଖାଯାଇଛି। ଲୋକମାନେ ହାତରେ ଟର୍ଚ୍ଚ, ମଶାଲ୍, ଟାୟାର ଓ ନିଆଁହୁଳା ଧରି ଘଉଡ଼ାଇଥିଲେ ମଧ୍ୟ ହାତୀଟି ସ୍ଥାନୀୟ ଅଞ୍ଚଳର ଧାନ ବିଲ, କଦଳି ବଗିଚା ଓ ଲୋକଙ୍କ ପନିପରିବା ଖାଇ ନଷ୍ଟ କରିଛି। ଲୋକମାନେ ଏନେଇ ବନବିଭାଗ କର୍ମଚାରୀଙ୍କୁ ସୂଚନା ଦେଇଥିଲେ ହେଁ ବିଳମ୍ବିତ ରାତି ପର୍ଯ୍ୟନ୍ତ କୌଣସି କର୍ମଚାରୀ ଘଟଣାସ୍ଥଳକୁ ଆସିନଥିବା ଗ୍ରାମବାସୀ ଜଣାଇଛନ୍ତି। କିଛି ଦିନ ପୂର୍ବେ ଉକ୍ତ ଅଞ୍ଚଳରେ ହାତୀ ପଶି ଉତ୍ପାତ କରୁଥିବା ବେଳେ ବନବିଭାଗ କର୍ମଚାରୀ ଓ ଗ୍ରାମବାସୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହାକୁ ନେଇ ବନବିଭାଗ କର୍ମଚାରୀ ଗ୍ରାମବାସୀଙ୍କ ରୋଷର ଶିକାର ହୋଇଥିଲେ। ଏହି କାରଣରୁ ଆଜି ବନବିଭାଗ କର୍ମଚାରୀ ହାତୀ ପଶିବା ଖବର ପାଇ ଘଟଣାସ୍ଥଳକୁ ଆସିନଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ ଆଜି ଉତ୍ପାତ କରିଥିବା ହାତୀ ରାମୁ ନୁହେଁ। ଭରତପୁରରେ ପଶିଥିବା ୧୪ଟି ହାତୀ ମଧ୍ୟରୁ ଏହି ହାତୀ ଗୋଟିଏ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି।
ଅନ୍ଧାରୁଆରେ ହାତୀ ଆତଙ୍କ
/sambad/media/post_attachments/wp-content/uploads/2020/09/Elephant.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)