ବିଗ୍‌ବସ୍‌ ଘରେ ଇମୋସନାଲ୍‌ ଡ୍ରାମା

ମୁମ୍ବାଇ: କଲର୍ସ ଟିଭିରେ ପ୍ରସାରିତ ବିଗ୍‌ବସ୍‌ ଇତି ମଧ୍ୟରେ ଅଗ୍ରଣୀ ରିଅଲିଟି ଟିଭି ସୋ’ରେ ପରିଗଣିତ ହେଉଛି। କେବଳ ଦେଶ ନୁହେଁ, ଦେଶ ବାହାରେ ମଧ୍ୟ ଏହି ରିଅଲିଟି ସୋ’କୁ ନେଇ ଚର୍ଚ୍ଚା ହେଉଛି। ବିଗ୍‌ବସ୍‌ ଘରେ ଥିବା ତାରକାଙ୍କ ରାଗ ରୁଷା, ଅଭିମାନ ଓ ସମ୍ବେଦନଶୀଳ ଚିତ୍ର ଇଡିଅଟ୍‌ ବକ୍ସର ଶାଶୂବୋହୂ କାହାଣୀକୁ ବି ବଳି ଗଲାଣି। ୩ ମାସ ଧରି ଚାରି କାନ୍ଥ ଭିତରେ ରହିବା ପରେ ପ୍ରତିଯୋଗୀଙ୍କୁ ନିଜ ପରିବାର ଲୋକଙ୍କୁ ଭେଟିବାର ସୁଯୋଗ ଦେଇଛି ବିଗ୍‌ବସ୍‌। ପ୍ରତିଯୋଗୀ ଆରତି ସିଂହ ପାଖରେ ନିଜ ଭାଇ କ୍ରିଷ୍ଣାଙ୍କୁ ପାଇ ଭାବବିହ୍ବଳ ହୋଇଯାଇଥିଲେ।

ରଶ୍ମୀ ଦେଶାଇ ମଧ୍ୟ କାନ୍ଦୁଥିବା ଦେଖିବାକୁ ମିଳିଛି। ତେବେ ରଶ୍ମୀ କାନ୍ଦୁଥିବା ବେଳେ ସିଦ୍ଧାର୍ଥ ଶୁକ୍ଳା ତାଙ୍କୁ ପାଣି ପିଆଇ ଦେବାର ଦୃଶ୍ୟକୁ ଦର୍ଶକେ ଖୁବ୍‌ ପସନ୍ଦ କରିଛନ୍ତି। ସିଦ୍ଧାର୍ଥ ଓ ରଶ୍ମୀ ସବୁବେଳେ ନିଜ ନିଜ ଭିତରେ ଝଗଡ଼ା କରୁଥିବା ନଜରକୁ ଆସିଥିବା ବେଳେ ଏହି ଦୃଶ୍ୟ ‌କିଛି ସମୟ ପାଇଁ ଦର୍ଶକଙ୍କୁ ମଧ୍ୟ ବାନ୍ଧି ରଖିବାରେ ସଫଳ ହୋଇଛି। ତେବେ ବିଗ୍‌ବସ୍‌ ଘରେ ପୁଣି କିଛି ଟ୍ବିଷ୍ଟ ଦେଖିବାର ସୁଯୋଗ ମିଳିବ। ଶୁଣିବାକୁ ମିଳିଛି ଯେ ତାରକା ପ୍ରତିଯୋଗୀଙ୍କ ବ୍ୟତୀତ ବିଗ୍‌ବସ୍‌ ଘର ମଧ୍ୟକୁ ପୂର୍ବ ପ୍ରତିଯୋଗୀ ହିମାଂଶୀ ଖୁରାନାଙ୍କ ସମେତ ଗୌତମ ଗୁଲାଟି, କରଣ ସିଂହ ଗ୍ରୋବର, ବିନ୍ଦୁ ଦାରା ସିଂହ ଆସିବେ । କୌତୂହଳର କଥା, ଏଇ ନିକଟରେ ଶେଫାଳି ଜରିୱାଲାଙ୍କ ସ୍ବାମୀ ପରାଗ ତ୍ୟାଗୀ ବିଗ୍‌ବସ୍‌ ଘରକୁ ଆସିଥିବା ବେଳେ ଆସିମଙ୍କୁ କହିଥିଲେ ଯେ ହିମାଂଶୀ ଖୁରାନାଙ୍କର ତାଙ୍କ ପ୍ରେମିକଙ୍କ ସହ ବ୍ରେକଅପ୍‌ ହୋଇଯାଇଛି ଏବଂ ‌ହିମାଂଶୀ ତୁମ ଅପେକ୍ଷାରେ ଅଛନ୍ତି। ଏଇ ଘଟଣା ଶୁଣିବା ପରେ ଆସିମ ବିଗ୍‌ବସ୍‌ ଘରେ ବେଶ୍‌ ଖୁସି ଥିବା ନଜରକୁ ଆସିଛନ୍ତି। ଏପରିକି ବିଗ୍‌ବସ୍‌ ଘରକୁ ଯାଇଥିବା ନିଜ ଭାଇଙ୍କୁ ବି ଆସିମ ଏ ବିଷୟରେ ପଚାରିଥିଲେ।

ସମ୍ବନ୍ଧିତ ଖବର