ବାଲିପାଟଣା: ସରକାରଙ୍କ ନିୟମକୁ ପାଳନ କରୁନାହାନ୍ତି ଖୋଦ୍ ବାଲିପାଟଣା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କର୍ମଚାରୀ। ଆଜି ପୂର୍ବାହ୍ନ ସାଢ଼େ ୧୦ଟା ବେଳକୁ କାର୍ଯ୍ୟାଳୟ ଗେଟ୍ ବନ୍ଦ ଥିଲା। କାର୍ଯ୍ୟାଳୟରେ ପାଖାପାଖି ୧୫ ଜଣ ସରକାରୀ ଏବଂ ଠିକା କର୍ମଚାରୀ କାର୍ଯ୍ୟ କରୁଛନ୍ତି। ୧୦ଟା ୪୫ ପର୍ଯ୍ୟନ୍ତ କାର୍ଯ୍ୟାଳୟକୁ ଆସିନଥିଲେ ଅର୍ଦ୍ଧାଧିକ କର୍ମଚାରୀ। ଶିକ୍ଷାଧିକାରୀ ମହେଶ୍ବର ସାହୁଙ୍କୁ ପଚାରିବାରୁ ଜଣେ କର୍ମଚାରୀ ଘରେ ଚାବି ଛାଡ଼ିଦେଇ ଆସିଥିଲେ। ତେଣୁ ବିଳମ୍ବ ହୋଇଥିବା ସେ କହିଥିଲେ। ଶ୍ରୀ ସାହୁ ଦିନ ୧୧ଟା ପର୍ଯ୍ୟନ୍ତ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ। ମାତ୍ର କେଉଁ କର୍ମଚାରୀ ଛୁଟି ଦରଖାସ୍ତ ଦେଇଛନ୍ତି ସେ ସମ୍ପର୍କରେ ଜାଣିନଥିବା କହିଛନ୍ତି। ଏଥିରୁ ଅନୁମାନ ହେଉଛି ଖୋଦ ଅଧିକାରୀ ନିଜ କର୍ମଚାରୀଙ୍କୁ ଘଣ୍ଟ ଘୋଡାଉଛନ୍ତି। କାର୍ଯ୍ୟାଳୟକୁ ଏପରି ମନଇଚ୍ଛା ଆସିବା ଏବଂ ଯିବା କର୍ମଚାରୀମାନଙ୍କ ପ୍ରତ୍ୟେକ ଦିନର ଅଭ୍ୟାସ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ସରକାରଙ୍କ ନିୟମ ଅନୁଯାୟୀ ଶିକ୍ଷକ ଶିକ୍ଷୟିତ୍ରୀମାନେ ଠିକ୍ ସମୟରେ ସ୍କୁଲ ଆସୁଥିବା ବେଳେ ଖୋଦ୍ ଅଧିକାରଙ୍କ କାର୍ଯ୍ୟାଳୟ ସରକାରୀ ନିୟମ ଊଲ୍ଲଂଘନ ହେଉଛି। ଆଉ କିଛିଦିନ ପରେ ୧୦ମ ଓ ତା’ ପରେ ଅନ୍ୟାନ୍ୟ ଶ୍ରେଣୀର ବାର୍ଷିକ ପରୀକ୍ଷା ହେବ। ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଅବସ୍ଥା ଯଦି ଏପରି ତେବେ ବ୍ଲକର ବିଦ୍ୟାଳୟ ମାନଙ୍କରେ ଶିକ୍ଷା ବ୍ୟବସ୍ଥା କେତେ ଢିଲାରେ ଚାଲୁଥିବ ତାହା ଜଳଜଳ ଦିଶୁଛି।
ବିଇଓଙ୍କ କାର୍ଯ୍ୟାଳୟକୁ ମନଇଚ୍ଛା ଆସୁଛନ୍ତି କର୍ମଚାରୀ
/sambad/media/post_attachments/wp-content/uploads/2020/02/df54jhdg54jd5g6jdg4jdgggggggggggggggggggggggggggggggg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)